www.samajalive.in
Saturday, December 6, 2025
15.1 C
Bhubaneswar

ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଡିଏସଙ୍କ ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି

ଲେହ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହରେ ପହଞ୍ଚିଛନ୍ତି। ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତଙ୍କ ସହିତ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଛନ୍ତି। ସିଡିଏସଙ୍କ ସହିତ ମିଶି ସେ ସୀମାନ୍ତର ସ୍ଥିତିର ସମୀକ୍ଷା କରିବା ସହିତ ଯବାନମାନଙ୍କର ମନୋବଳ ବଢ଼ାଇବେ ବୋଲି ସୂଚନା ମିଳିଛି। ଗସ୍ତ ସମୟରେ ସେନା ମୁଖ୍ୟ ଏମ. ଏମ. ନରୱଣେ ମଧ୍ୟ ଉପସ୍ଥିତ ରହିଛନ୍ତି।

Image Courtesy: Twitter

ସିଡିଏସ ବିପିନ ରାୱତ ଶୁକ୍ରବାର ଲେହ ଗସ୍ତ କରିବାର ଥିଲା। ପ୍ରଧାନମନ୍ତ୍ରୀ ଗସ୍ତ କରିବାର କୌଣସି କାର୍ଯ୍ୟକ୍ରମ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଲେହ ଯିବାକୁ ସ୍ଥିର କରି ଅଚାନକ ଆସି ପହଞ୍ଚିଛନ୍ତି। ଗତ ମେ ମାସରୁ ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଶୁକ୍ରବାର କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଏହା ପୂର୍ବରୁ ଗୁରୁବାର ଗସ୍ତ ସୂଚୀ ପରିବର୍ତ୍ତନ କରାଯାଇ ସିଡିଏସ ଲେହ ଆସିବେ ବୋଲି ସ୍ଥିର ହୋଇଥିଲା। ଶୁକ୍ରବାର ସିଡିଏସ ଲେହରେ ନର୍ଥ କମାଣ୍ଡ ଏବଂ ୧୪ କର୍ପସ ଅଧିକାରୀଙ୍କ ସହିତ ବୈଠକ କରିବାର ରହିଛି। ଚୀନ ସହିତ ଲାଗି ରହିଥିବା ଉତ୍ତେଜନା, ସୀମାନ୍ତର ସ୍ଥିତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ସିଡିଏସ ଅନୁଧ୍ୟାନ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories