ସକାଳ ଉଠିବା ମାତ୍ରେ ପାଣି ପିଇବା ଆବଶ୍ୟକ। ପାଣି ନ ପିଇବା ଦ୍ୱାରା ସମସ୍ତ ଶରୀର ଓ ମୁଖ୍ୟତଃ ପାଚନ କ୍ରିୟା ଉପରେ ଏହାର କୁପ୍ରଭାବ ପଡ଼ିଥାଏ।
ଜଳଖିଆରେ ଘରେ ପ୍ରସ୍ତୁତ ଜୁସ ପିଅନ୍ତୁ। ପ୍ୟାକେଟରେ ଥିବା ଜୁସ ପିଅନ୍ତୁ ନାହିଁ। କାରଣ ଘରେ ପ୍ରସ୍ତୁତ ଜୁସ ଅପେକ୍ଷା ପ୍ୟାକେଟ ଜୁସ ରକ୍ତରେ ଶର୍କରାର ମାତ୍ରା ବଢାଇଥାଏ।
ଖାଦ୍ୟ ସର୍ବଦା ବସିବା ଅବସ୍ଥାରେ ହିଁ ଖାଆନ୍ତୁ। ଚାଲି ବୁଲି ଖାଦ୍ୟ ଖାଇଲେ ଏହା ସହଜରେ ହଜମ ହୋଇନଥାଏ।
ଜଳଖିଆରେ କଦାପି ବଜାରର ଖାଦ୍ୟ, ଯେପରି ବର୍ଗର, ପିଜ୍ଜା ଆଦୌ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ସାଲାଡ଼, ପାଉଁରୁଟି, ଜୁସ, ସିଝା ଅଣ୍ଡା ସକାଳର ଜଳଖିଆ ପାଇଁ ଖୁବ ଉତ୍ତମ। ଏହାସହ ଉପମା, ଇଟିଲି ମଧ୍ୟ ଖାଇପାରିବେ।
ସ୍ୱାସ୍ଥ୍ୟ ଉପଯୋଗୀ କିଛି ସହଜ ଟିପ୍ସ
Popular Categories



