www.samajalive.in
Monday, December 15, 2025
27.1 C
Bhubaneswar

ଛୁଇଁଲେ ନାହିଁ ସାହି ପଡ଼ିଶା: ଭାଈ-ଭଉଣୀ କଲେ ଶବ ସତ୍କାର

କରୋନା ଲକ୍ଷଣ ନ ଥିଲା । ଡ଼ାକ୍ତରୀ ରିପୋର୍ଟରେ କରୋନା ମୃତ୍ୟୁ ବୋଲି ଉଲ୍ଲେଖ ନାହିଁ । ତଥାପି କରୋନା ଡ଼ରରେ ଛୁଇଁବା ତ ଦୂରର କଥା, ଅନ୍ତିମ ଦର୍ଶନ କରିବାକୁ ବି ଆସିଲେ ନାହିଁ । ଶବ ପୋତିବାକୁ ବି ମାଟି ଖୋଳିବାକୁ ଲୋକ ମିଳିଲେ ନାହିଁ । ଶେ​‌ଷରେ ଏକ ହାଇୱା ଡ଼ାକି ମାଟି ଖୋଳାଇଲେ ଭାଇ ଭଉଣୀ । ଶବକୁ ଅଧା ଟେକି ଅଧା ଘୋଷାରି ନେଇ ନଦୀ ପଠାରେ ପୋତିଦେଲେ । ମୃତ୍ୟୁ ବି କିପରି କରୋନାକୁ ଡ଼ରୁଛି ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଅଞ୍ଚଳରେ ।

ଘଟଣାଟି ଏମିତି । କବିସୂର୍ଯ୍ୟନଗର ଖରୁଡ଼ା ସାହିର ସୋମନାଥ ପାତ୍ର ନାମକ ଜଣେ ବ୍ୟକ୍ତି କିଛିଦିନ ହେଲା ଅସୁସ୍ଥ ଥିଲେ । ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ମେଡ଼ିକାଲ ନିଆଯାଇଥିଲା । ମାତ୍ର ଆମ୍ବୁଲାନ୍ସ ମେଡ଼ିକାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସୋମନାଥଙ୍କ ଭାଇ ତାଙ୍କୁ ଗାଁକୁ ଫେରାଇ ଆଣିଥିଲେ । ମାତ୍ର ଗାଁ ଲୋକ ସୋମନାଥଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ମନା କରିଦେଲେ । କରୋନା ଭୟରେ କେହି ପାଖ ମାଡ଼ିଲେ ନାହିଁ । ଶେଷରେ ସୋମନାଥଙ୍କ ଭାଇ ଓ ଭଉଣୀ ଶବକୁ ଟେକିଟେକି ନଦୀ ପଠାକୁ ନେଇଥିଲେ । ଏକ ମାଟିଖୋଳା ମେସିନ ଡ଼ାକି ନଦୀ ପଠାରେ ଗାତ ଖୋଳାଇବା ପରେ ଭାଇର ଶବକୁ ସେଇଠି ପୋତି ଦେଇଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories