www.samajalive.in
Saturday, December 6, 2025
16.1 C
Bhubaneswar

ଅନନ୍ତନାଗରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗର ରୁନୀପୋରା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଗୋଟିଏ ଏକେ-୪୭ ରାଇଫଳ ଏବଂ ୨ଟି ବନ୍ଧୁକ ଜବତ ହୋଇଛି। ଘଟଣା ପରେ ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ସୂଚନା ଅନୁସାରେ, ରୁନୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ଏସଓଜି, ସେନାର ୧୯ ଆରଆର ବାଟାଲିଅନ ଏବଂ ସିଆରପିଏଫ ପକ୍ଷରୁ ମିଳିତ ଅପରେଶନ କରାଯାଇଥିଲା। ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ସେମାନେ ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। କିଛି ଘଣ୍ଟା ଧରି ଗୁଳିବିନିମୟ ଜାରି ରହିବା ପରେ ୩ ଆତଙ୍କୀ ନିହତ ହୋଇଥିଲେ। ସେମାନଙ୍କ ପରିଚୟ ମିଳିପାରି ନାହିଁ।

- Advertisement -

ସୂଚନାଯୋଗ୍ୟ, ଚଳିତ ମାସରେ ସେନା ପକ୍ଷରୁ ଦକ୍ଷିଣ କାଶ୍ମୀର ବିଭିନ୍ନ ସ୍ଥାନରେ ୧୩ଟି ଏନକାଉଣ୍ଟର କରାଯାଇଛି। ଏଥିରେ ୩୬ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories