www.samajalive.in
Sunday, December 14, 2025
14.1 C
Bhubaneswar

କଟକରେ କରୋନା ମୁକାବିଲା: ପୂଜା କମିଟି ଓ ସାହି କମିଟିଙ୍କ ସହଯୋଗ ପ୍ରଶଂସନୀୟ

ଭୁବନେଶ୍ବର: କଟକରେ କରୋନା ମୁକାବିଲା ପାଇଁ ପୂଜା କମିଟି ଓ ସାହି କମିଟି ସଦସ୍ୟଙ୍କ ସହଯୋଗ ପ୍ରଶଂସନୀୟ। ସେମାନଙ୍କ ସହଯୋଗରେ ଜିଲାରେ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି ଓ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ସଫଳ ହୋଇପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ତଥା କଟକର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ୍ ଗର୍ଗ ପ୍ରକାଶ କରିଛନ୍ତି।
କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ତଥା କଟକର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ୍ ଗର୍ଗ କହିଛନ୍ତି ଯେ କୋଭିଡ୍‌-୧୯ ସମ୍ପର୍କରେ କ’ଣ କ’ଣ ପଦକ୍ଷେପ ନିଆଯାଇଛି ଏବଂ କ’ଣ ସ୍ଥିତି ରହିଛି ସେ ସମ୍ପର୍କରେ ଆଜି ଆମେ କଟକ ମହାନଗର ନିଗମର ସମୀକ୍ଷା କରିଥିଲୁ। ଏଥିରେ ଜିଲାପାଳ, ଡିସିପି, ସିଏମ୍‌ସି କମିଶନର ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। କଟକ ମହାନଗର ନିଗମ ଅଞ୍ଚଳରେ ୫୯ ୱାର୍ଡ ରହିଛି ଓ ପ୍ରତି ୱାର୍ଡ ପାଇଁ ଗୋଟିଏ ଲେଖାଏଁ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି ୱାର୍ଡରେ ସିଏମ୍‌ସିର ସିନିୟର ଅଫିସର ରହିଛନ୍ତି, ଯେଉଁମାନେ କରୋନା ମୁକାବିଲା ନିୟନ୍ତ୍ରଣରେ କୋଅର୍ଡିନେଟ୍‌ କରୁଛନ୍ତି। ଆଶା ଓ ଅଙ୍ଗନ ୱାଡି କର୍ମୀ ମଧ୍ୟ ୱାର୍ଡ କମିଟିରେ ସଦସ୍ୟ ଅଛନ୍ତି। କଟକର ୧୭୯ ପୂଜା କମିଟି ଓ ସାହି କମିଟି ସିଏମ୍‌ସିକୁ ସାହାଯ୍ୟ କରୁଛନ୍ତି। ପ୍ରତି ୱାର୍ଡରେ ୩ କିମ୍ବା ୪ଟି ପୂଜା ଓ ସାହି କମିଟି ରହୁଛି। ଏହି କମିଟି ଗୁଡ଼ିକର ସଦସ୍ୟମାନେ ମଧ୍ୟ ୱାର୍ଡ କମିଟିରେ ସଦସ୍ୟ ରହିଛନ୍ତି। ସେମାନଙ୍କ ସହିତ ପୁଲିସ ମଧ୍ୟ ଯୋଗାଯୋଗରେ ରହିଛି। କୋଭିଡ୍‌-୧୯ ନିରାକରଣ ପାଇଁ ଭିଡିଓ କମ୍‌ଫରେନ୍‌ସିଂ ଜରିଆରେ ସେମାନଙ୍କ ମତାମତ ନିଆଯାଉଛି। ଫଳରେ ସିଏମ୍‌ସି କର୍ତ୍ତୃପକ୍ଷ କରୋନା ମୁକାବିଲା ପାଇଁ ପୂଜା ଓ ସାହି କମିଟିର ସମର୍ଥନ ପାଇଛନ୍ତି। ୱାର୍ଡ କମିଟିର ସଦସ୍ୟମାନଙ୍କ କାର୍ଯ୍ୟ ହେଉଛି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି ଏବଂ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଯେଭଳି ବାଧ୍ୟତାମୂଳକ ଭାବେ ନାମ ପଞ୍ଜୀକରଣ କରିବେ ସେଥିପ୍ରତି ଦୃଷ୍ଟି ଦେବା। ପ୍ରବାସୀଙ୍କ ମଧ୍ୟରେ ଅସୁସ୍ଥତା ଦେଖାଦେବା, ଜ୍ବର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଥିଲେ ସେ ସମ୍ପର୍କରେ ରିପୋର୍ଟ କରୁଛନ୍ତି। କଟକରେ ଭାଇଚାରା ଓ ସାମାଜିକ ସହଭାଗିତା ଯେଭଳି ରହିଛି ତାହା ପ୍ରଶଂସନୀୟ। ଆଗକୁ ମଧ୍ୟ କରୋନା ମୁକାବିଲା ପାଇଁ ତାହା ଆବଶ୍ୟକ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ତଥା କଟକର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ୍ ଗର୍ଗ ସୂଚନା ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories