www.samajalive.in
Sunday, December 14, 2025
14.1 C
Bhubaneswar

ଦିଲ୍ଲୀ ରାଧାସ୍ୱାମୀ ବ୍ୟାସ କରୋନା ଯତ୍ନ କେନ୍ଦ୍ର ପରିଦର୍ଶନ କଲେ ଅମିତ ଶାହା ଓ କେଜରିୱାଲ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଦିଲ୍ଲୀ ଛତ୍ରପୁରର ରାଧାସ୍ୱାମୀ ବ୍ୟାସରେ ଥିବା କରୋନା କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅମିତ ଶାହାଙ୍କୁ ଏହି ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଯାଞ୍ଚ କରିବାକୁ ନିମନ୍ତ୍ରଣ କରିଥିଲେ।

ଦିଲ୍ଲୀ-ହରିୟାଣା ସୀମାରେ ଅବସ୍ଥିତ ଏହି କେନ୍ଦ୍ରରେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ ଏବଂ ସେନା ଡାକ୍ତର ଓ ନର୍ସ ନିୟୋଜନ ପାଇଁ ଅନୁରୋଧ କରିଥିଲେ। ଏଥିରେ ଡାକ୍ତରଙ୍କ ସମେତ ୨ ହଜାରରୁ ଅଧିକ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ ଏବଂ ଅନ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ କର୍ମଚାରୀମାନେ ଚିକିତ୍ସା ଏବଂ ପରିଚାଳନା ଦାୟିତ୍ୱ ହାତକୁ ନେବେ।

- Advertisement -

ଗତକାଲି ସେହି କେନ୍ଦ୍ରର ପ୍ରସ୍ତୁତି ଯାଞ୍ଚ କରିବାକୁ ଯାଇଥିବା ଆଇଟିବିପି ମହାନିର୍ଦ୍ଦେଶକ ଏସ୍ ଏସ୍ ଦେସୱାଲ୍ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଏଥିରେ ୧୦ ହଜାର ରୋଗୀଙ୍କ ଚିକିତ୍ସା ହୋଇପାରିବ।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories