www.samajalive.in
Friday, December 5, 2025
17.1 C
Bhubaneswar

ବୃତି ଆମର ପୋଷେ କୁଟୁମ୍ବ; ଆଦିମ ଜନଜାତିଙ୍କୁ ଜୀବିକା ଯୋଗାଉଛି ଆମ୍ବସଢା ଓ ଚମ୍ପେତ

କାଶୀପୁର: ରାୟଗଡା ଜିଲା ଆଦିବାସୀ ଅଧ୍ୟୁସିତ ବଣ ଜଙ୍ଗଲ ଘେରା କାଶୀପୁର ବ୍ଲକରେ ଜୀବିକା ଦେଉଛି ଦେଶୀ ଆମ୍ବ। କାଶୀପୁର ବ୍ଲକର ମୁଖ୍ୟ ବାସିନ୍ଦା ରୂପେ ପରିଚିତ ଆଦିବାସୀ ଏବଂ କିଛି ଅଂଶରେ ଜନଜାତି ବସବାସ କରିଥାନ୍ତି। ସମସ୍ତ ଜନ ସାଧାରଣଙ୍କ ପାରମ୍ପରିକ ଧନ୍ଦାରୂପେ କୃଷି ଉପରେ ନିର୍ଭର ଶୀଳ ଥିବା ବେଳେ ଅନେକାଶଂରେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଜାଳେଣି ସଂଗ୍ରହ କରି ନିଜ ତଥା ପରିବାରର ଭରଣ ପୋଷଣ କରିଥାନ୍ତି।
ବଣ ଜଙ୍ଗଲ ଘେରା କାଶୀପୁର ବ୍ଲକର ଆଦିବାସୀ ଜଙ୍ଗଲ ଉପରେ ନିର୍ଭରଶୀଳ ହୋଇ ନିଜର ଜୀବିକା ନିର୍ବାହ ନେଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ବଣ ଜଙ୍ଗଲରୁ ବର୍ଷ ତମାମ ବିଭିନ୍ନ ପ୍ରକାର ଫଳ, ଫୁଲ,ପତ୍ର ତଥା ଅନ୍ୟ ବନ୍ୟଜାତ ଦ୍ରବ୍ୟ ମିଳିଥାଏ। ଏହାକୁ ସଂଗ୍ରହ କରିବା ଏବଂ ଏହାକୁ ବଜାରରେ ବିକ୍ରୟ କରି ଟଙ୍କାପଇସା ରୋଜଗାର କରିଥାନ୍ତି। ଏଥିମଧ୍ୟରୁ ଦେଶୀ ଆମ୍ବ ଅନ୍ୟତମ। କାଶୀପୁର ଆଦିମ ଜନଜାତି ଲୋକଙ୍କ ଜୀବନ ଜିଇଁବାରେ ଆମ୍ବସଢା ଏବଂ ଚମ୍ପାବତୀ ଏକ ବିଶେଷ ଭୂମିକା ନେଇ ପାରିଛି। ଆମ୍ବ ରୁତୁରେ ବଣ ଜଙ୍ଗଲରୁ ଦେଶୀ ପାଚିଲା ଆମ୍ବ ସଂଗ୍ରହ କରି ତାର ରସରୁ ଆମ୍ବ ସଡା ଏବଂ ଆମ୍ବକୁ ସରୁସରୁ କରି କାଟି ଚମ୍ପେତ ପ୍ରସ୍ତୁତ କରି ଅନେକ ନିଜ ପରିବାର ପୋଷଣ ମଧ୍ୟ କରୁଛନ୍ତି। ସାଧାରଣରେ ପାଚିଲା ଆମ୍ବ କମ୍ ଦିନରେ ନଷ୍ଟ ହୋଇଯାଉଥିବା ବେଳେ ଆମ୍ବସଢା ଏବଂ ଚମ୍ପେତ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ରହିଥାଏ।
ଫଳରେ ଆଦିମ ଜନଜାତିମାନେ ଏହାକୁ ବର୍ଷ ସାରା ନିଜେ ଖାଇବା ସହ ହାଟ ବଜାରରେ ବିକ୍ରି କରି ଭଲ ପଇସା ରୋଜଗାର କରି ପାରନ୍ତି। କାଶୀପୁର ବ୍ଲକରେ ଆଦିମ ଜନଜାତିର ଲୋକେ ବର୍ଷ ସାରା ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ପୁରୁଷ ପୁରୁଷ ଧରି ଚଳି ଆସୁଛନ୍ତି।
ତେବେ ଜଙ୍ଗଲର ଅବକ୍ଷୟ ହେତୁ ଏମାନଙ୍କର ପୂର୍ବ ଭଳି ରୋଜଗାର ହୋଇ ପାରୁନଥିଲେ ମଧ୍ୟ ପ୍ରାୟ ସମୟରେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରକରି ପରିବାର ପୋଷଣ କରନ୍ତି।

ଏଭଳି ପ୍ରସ୍ତୁତ ହୁଏ ଆମ୍ବସଢା ଓ ଚମ୍ପେତ
ପାଚିଲା ଆମ୍ବର ରସକୁ ଆମ୍ବସଢା ଏବଂ ପାଚିଲା ଆମ୍ବକୁ କାଟି ଚମ୍ପେତ ପ୍ରସ୍ତୁତ କରିଥାନ୍ତି ।ଖାଲି ସେତିକି ନୁହେଁ କଞ୍ଚା ଆମ୍ବରୁ ମଧ୍ୟ ଆମ୍ବୁଲ ପସ୍ତୁତ କରିଥାନ୍ତି।ଗ୍ରୀଷ୍ମ ରୁତୁରେ ଆମ୍ବ ପଚିବାପରେ ଲୋକେ ରାତି ଅଧରୁ ହାତରେ ଲାଇଟ୍,ଝୁଡି,ଚାଙ୍ଗଡା ଧରି ପିଲା ଛୁଆଙ୍କ ସାଙ୍ଗରେ ଆମ୍ବ ତୋଟାକୁ ଯାଇ ଆମ୍ବ ସଂଗ୍ରହ କରିଥାନ୍ତି।ଆମ୍ବ ସଂଗ୍ରହ ହେବାପରେ ଘରେଥିବା ମହିଳା ଏବଂ ପୁରୁଷମାନେ ଆମ୍ବରୁ ଚୋପା ଛଡେଇ ଏକ ବଡ ହାଣ୍ଡିରେ ପକାଇ ଏହାକୁ ଏକ ବାଉଁଶ କିମ୍ବା ଏକ କାଠରେ କୁଟିଥାନ୍ତି।ପରେ ଭଲ ଭାବରେ ଟାକୁଆକୁ ଚିପୁଡି ରସ ବାହାର କରିଥାନ୍ତି। ଏହାପରେ ଏକ ବାଉଁଶ ଚାଙ୍ଗୁଡିରେ ତେଲ ଲଗାଇ ସେହି ଆମ୍ବ ରସକୁ ପତଳାରେ ଢାଳି ଶୁଖାଇଥାନ୍ତି।ସେହି ଆମ୍ବ ରସ ପ୍ରାୟ ୪ରୁ୫ ଦିନ ଖରାରେ ଶୁଖିବାପରେ ପୁଣି ସ୍ତର ସ୍ତର କରି ଆମ୍ବ ରସ ଢାଳି ଶୁଖାଯାଇଥାଏ। ଏହା ଶୁଖାଲାପରେ ମୋଟା ଆବରଣ ହୋଇଯିବାପରେ ଆଉ ଆମ୍ବରସ ଢଳା ଯାଏ ନାହିଁ। ଏହାକୁ ଭଲ ଭାବରେ ଶୁଖାଇ ଘରେ ରଖାଯାଇଥାଏ। ସେହିପରି ପାଚିଲା ଆମ୍ବକୁ ଏକ କଟୁରି ସାହାର୍ୟ୍ୟରେ ଚୋପା ସହ ପତଳା ପତଳା କରି କାଟି ଏହାକୁ ଏକ ବାଉଁଶରେ ଓହଳାଇ ଖରାରେ ଶୁଖାଯାଇ ଚମ୍ପେତ ପ୍ରସ୍ତୁତ କରାଯାଏ। ଏହା ଭଲ ଭାବରେ ଶୁଖିବାପରେ ଏହାକୁ ଘରେ ରଖାଯାଇଥାଏ। ଏହାକୁ ଲୋକମାନେ ସ୍ଥାନୀୟ ହାଟରେ କିଲୋପ୍ରତି ୧୦୦ ରୁ ୧୨୯ ଟଙ୍କା ମଧ୍ୟରେ ବିକ୍ରିକରି କିଛି ଟଙ୍କା ଉପାର୍ଜନ କରିଥାନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories