www.samajalive.in
Friday, December 5, 2025
26.1 C
Bhubaneswar

ଅନ୍ଧବିଶ୍ୱାସ: ସାପ କାମୁଡ଼ା ରୋଗୀଙ୍କୁ ଗୁଣିଗାରେଡ଼ି ଚିକିତ୍ସା, ଚାଲିଗଲା ଜୀବନ

ପାଟଣା : ସର୍ବଦା ଲୋକଙ୍କୁ ପରାମର୍ଶ ଦିଆଯାଉଛି ସର୍ପାଘାତର ଶିକାର ହେଲେ କୌଣସି ଅନ୍ଧ ବିଶ୍ୱାସର ବଶବର୍ତୀ ନ ହୋଇ ମେଡ଼ିକାଲ ଯିବାକୁ। ମାତ୍ର ଅନେକ ଲୋକେ ଏହି କଥାକୁ ନବୁଝି ଅନ୍ଧ ବିଶ୍ୱାସର ବଶବର୍ତୀ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମରେ ଶନିବାର ଦେଖିବାକୁ ମିଳିଛି। ଅନ୍ଧ ବିଶ୍ୱାସର ବଶବର୍ତୀ ହୋଇ ସର୍ପ ଦଂଶନରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ନଳିତା ଦଳଦସିଆ (୩୦)।
ସୂଚନା ଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟା ସମୟରେ ନଳିତା ଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ତାଙ୍କୁ ଡାକ୍ତର ଖାନା ନ ନେଇ ଆଜି ଦିନ ୧୦ ଟା ଯାଏଁ ପରିବାର ପକ୍ଷରୁ ଗୁଣିଗାରେଡି କରି ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା । ତେବେ ସାପ କାମୁଡାରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ଜୀବିତ ନା ମୃତ ତାହା ସେହି ଅଂଚଳର ଲୋକେ ଜାଣି ନପାରି ସନ୍ଦେହ ଘେରରେ ଗୁଣିଆକୁ ଗାଳି ଗୁଲଜ କରିବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନା କୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅପର ପକ୍ଷରେ ଗୁଣି ଗାରେଡ଼ି କରିଥିବା ବ୍ୟକ୍ତି ଜଣକ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଛନ୍ତି। ପାଟଣା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ମହିଳାଙ୍କର ମୃତଦେହ ପାଟଣାରେ ବ୍ୟବଚ୍ଛେଦ କରାଇଥିବା ଥାନାଧିକାରୀ ସୋମନାଥ ଜେନାଙ୍କ ଠାରୁ ଜଣାପଡ଼ିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories