www.samajalive.in
Monday, December 15, 2025
16.1 C
Bhubaneswar

ଲାମ୍ବରଗିନି କାର୍‌ରେ ଡେଲିଭରୀ ହେଉଛି ଫଳର ରାଜା

ବିଶ୍ବର ଅନ୍ୟତମ ଦାମୀ କାର୍‌ ଭାବେ ଜଣାଯାଉଥିବା ‘ଲାମ୍ବରଗିନି କାର୍‌’ରେ ଆଜିକାଲି ଆମ୍ବ ଡେଲିଭରୀ ହେଉଛି। ସାଢ଼େ ୪କୋଟି ମୂଲ୍ୟର ଏଇ କାର୍‌ରେ ଦୁବାଇ ସୁପର୍‌ ମାର୍କେଟରେ ଆମ୍ବ ହୋମ୍ ଡେଲିଭରୀ ଖବରଟି ଏବେ ଖୁବ୍ ଚର୍ଚ୍ଚିତ ହେଉଥିବାର ପ୍ରକାଶ। ଦୁବାଇର ଏକ ସୁପରମାର୍କେଟ୍‌ର ମୁଖ୍ୟ ଅଧିକାରୀ ଭାବେ କାମ କରୁଥିବା ମହମ୍ମଦ ଜହାନ୍ଜେବ୍ ୟାସିନ୍‌ ନେଇଥିବା ଏଇ ପଦକ୍ଷେପକୁ ଦୁବାଇ ବାସିନ୍ଦା ମଧ୍ୟ ସ୍ବାଗତ କରିଛନ୍ତି। ସାକ୍ଷାତକାର୍‌ରେ ମହମ୍ମଦ କହିଛନ୍ତି, ଫଳର ରାଜା ଭାବେ ଜଣାଯାଉଥିବା ଆମ୍ବ ପ୍ରକୃତରେ ରାଜାଙ୍କ ଭଳି ଯାତ୍ରା କରିବା ଉଚିତ। ଏଇ କାର୍‌ଟି ତାଙ୍କ ବ୍ୟକ୍ତିଗତ, ପ୍ରତି ଗୁରୁବାର ତାଙ୍କ କାର୍‌୍ରେ ହିଁ ସୁପରମାର୍କେଟ୍‌ର ଡେଲିଭରୀ ବୟ ଆମ୍ବ ହୋମ୍ ଡେଲିଭରୀ କରାଇଥାନ୍ତି। ଥରକରେ ଅତି କମ୍‌ରେ ୩ହଜାର ଟଙ୍କା ଆମ୍ବ ବରାଦ୍ ଦେବାକୁ ପଡ଼ିଥାଏ। ଆମ୍ବ ଡେଲିଭରୀ ପରେ ଗ୍ରାହକଙ୍କୁ ଲାମ୍ବରଗିନି କାର୍‌ରେ କିଛି ଦୂର ଯାତ୍ରା କରିବାର ସୁଯୋଗ ମଧ୍ୟ ଦେଉଛି ଏହି ସୁପରମାର୍କେଟ୍। କରୋନା ଭାଇରସ୍ କାରଣରୁ ବଜାର ବିକ୍ରି ପ୍ରଭାବିତ ହୋଇଛି। ଏପରିସ୍ଥଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିିିମିତ୍ତ ସୁପରମାର୍କେଟ୍ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି। ଭାରତୀୟ ବଜାର ତୁଳନାରେ ଦୁବାଇର ଆମ୍ବ ଦର ଚଢ଼ା। ସେଠାରେ ଭାରତର ସମସ୍ତ ପ୍ରକାର ଓ ସ୍ବାଦର ଆମ୍ବ ବିକ୍ରି ହୋଇଥାଏ। ଆଲ୍‌ଫାନ୍‌ସୋ ଆମ୍ବ ଭାରତରେ କିଲୋ ପିଛା ସର୍ବାଧିକ ୨୭୫ ଟଙ୍କାରେ ବିକ୍ରି ହୋଇଥାଏ, ହେଲେ ଦୁବାଇ ବଜାରରେ ଏହି ଫଳର ସର୍ବନିମ୍ନ ମୂଲ୍ୟ ୪୦୦ ଟଙ୍କାରୁ ଆରମ୍ଭ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories