www.samajalive.in
Saturday, December 6, 2025
15.1 C
Bhubaneswar

‘ଚୀନ ବିଶ୍ଵର ସବୁଠୁ ବଡ଼ ଜମି ମାଫିଆ’- କାନାଡାରେ ଭାରତୀୟଙ୍କ ବିକ୍ଷୋଭ ଶୋଭାଯାତ୍ରା

ଭାନକୋଭର: ଭାରତ-ଚୀନ ସୀମା ବିବାଦ ପରିପ୍ରେକ୍ଷୀରେ କାନାଡ଼ାରେ ରହୁଥିବା ଭାରତୀୟମାନେ ଭାନକୋଭରସ୍ଥିତ ଚୀନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଭାରତୀୟମାନେ ତ୍ରିରଙ୍ଗା ଏବଂ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଚୀନ ବିରୋଧରେ ସ୍ଳୋଗାନ ଦେଇଥିଲେ। ‘ଭାରତରେ ଲୋକଙ୍କୁ ହତ୍ୟା କରିବା ବନ୍ଦ କର। ଚୀନ ବିଶ୍ଵର ସବୁଠୁ ବଡ଼ ଜମି ମାଫିଆ। ଚୀନ ସାରା ବିଶ୍ଵ ପାଇଁ ବିପଦ। ଏହି ଦେଶ ବିଶ୍ଵ ଶାନ୍ତିକୁ ନଷ୍ଟ କରିଛି’ ବୋଲି ବିକ୍ଷୋଭକାରୀମାନେ ନାରା ଦେଇଥିଲେ।

ବିକ୍ଷୋଭକାରୀ କହିଥିଲେ, ଚୀନର ବିଶାଳ ଭୂଖଣ୍ଡ ଥିବା ସତ୍ବେ ଏହି ଦେଶ ଅକ୍‌ସାଇ ଚୀନକୁ ଜବରଦଖଲ କରିଛି। ଚୀନ ସୈନ୍ୟ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଛନ୍ତି। ଭାରତୀୟ ଯବାନ ଏହାର ଉପଯୁକ୍ତ ଜବାବ ଦେଇଛନ୍ତି, ଯାହାକୁ ସମ୍ଭବତଃ ଚୀନର ଗଣମାଧ୍ୟମଗୁଡ଼ିକ ଲୁଚାଇ ରଖୁଛନ୍ତି। ଲୋକମାନେ ଆକ୍ରୋଶରେ ରହିଥିବାବେଳେ ଚୀନ ସାମଗ୍ରୀ ବ୍ୟବହାର ବର୍ଜନ କରିବାକୁ ଭାରତୀୟ ବିକ୍ଷୋଭକାରୀମାନେ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଲଦାଖର ଗଲୱାନ ଘାଟିରେ ଚୀନ ସୈନ୍ୟ ଭାରତୀୟ ଯବାନଙ୍କୁ ଆକ୍ରମଣ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚୀନର ୩୫ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories