www.samajalive.in
Friday, December 5, 2025
17.1 C
Bhubaneswar

ଗଲୱାନରେ ନିହତ ସୈନ୍ୟଙ୍କ ବିଷୟରେ ତଥ୍ୟ ଦେବାକୁ ମନା କଲା ଚୀନ୍‍

ବେଜିଂ: ଗଲଓ୍ଵାନ ସଂଘର୍ଷରେ ଭାରତ ତୁଳନାରେ ଚୀନର ଦୁଇ ଗୁଣ ଅଧିକ ସୈନ୍ୟ ନିହତ ହୋଇଥିବା ନେଇ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନାଧ୍ୟକ୍ଷ ଭି.କେ.ସିଂହ ଦେଇଥିବା ବୟାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ଚୀନ ମନା କରିଦେଇଛି। ଏ ସଂକ୍ରାନ୍ତୀୟ କୌଣସି ତଥ୍ୟ ନାହିଁ ବୋଲି ସୋମବାର ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ତେବେ ଭି.କେ.ସିଂହଙ୍କ ବୟାନ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ। ଏଥିରେ ଚୀନ ପକ୍ଷର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ୟ୍ୟନ୍ତ ସେନେଇ ତଥ୍ୟ ପ୍ରକାଶ କରୁନାହିଁ। ଗତ ଶନିବାର ଭି.କେ. ସିଂହ କହିଥିଲେ ଯେ, ଯଦି ଭାରତର ୨୦ ସହିଦ ହୋଇଛନ୍ତି, ଚୀନର ନିଶ୍ଚିତ ଭାବେ ଦୁଇଗୁଣା ଅଧିକ ସୈନ୍ୟ ନିହତ ହୋଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories