www.samajalive.in
Saturday, December 6, 2025
23.1 C
Bhubaneswar

ଦେଶର ୧୧୨ଟି ଜିଲା ମଧ୍ୟରୁ ୯୮ରେ କରୋନା ସ୍ଥିତି ଉଦ୍‌ବେଗଜନକ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବସ୍‌, ଟ୍ରେନ୍ ଓ ବିମାନ ବ୍ୟବସ୍ଥା କରାଯାଉଛି। ସେମାନେ ନିଜ ରାଜ୍ୟକୁ ଫେରିବା ପରେ ଅନେକଙ୍କଠାରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏବେ ଦେଶର ୧୧୨ଟି ଅନୁନ୍ନତ ଜିଲା ମଧ୍ୟରୁ ୯୮ଟିରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏସବୁ ଜିଲାଗୁଡ଼ିକରେ କରୋନା ଭୂତାଣୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି। ଫଳରେ ଭାରତର ଦ୍ବାର ଦେଶରେ ଗୋଷ୍ଠୀ ସଂକ୍ରମଣ ପହଞ୍ଚିଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
ଦେଶରେ ରବିବାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୫ ହଜାର ୨୮୨କୁ ବୃଦ୍ଧି ହୋଇଛି । ଏଥିସହ ୨୪ ଘଣ୍ଟାରେ ଦେଶରେ ୩୦୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫,୪୧୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଯେଭଳି ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗି ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ କିଛି ସପ୍ତାହ ମଧ୍ୟରେ ପ୍ରବାସୀମାନଙ୍କ ନିଜ ସହର ଓ ଗ୍ରାମକୁ ଫେରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା କରୋନା ଟୀକା କିମ୍ବା ଔଷଧ ବାହାରି ନ ଥିବାରୁ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହଜ ହେଉନାହିଁ। ଫଳରେ ପ୍ରତିଦିନ ମୃତ୍ୟୁହାର ମଧ୍ୟ ବଢୁଛି। ଏଥିସହ ୨୪ ଘଣ୍ଟାରେ ଦେଶରେ ୩୦୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫,୪୧୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ବସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉପକୂଳ ରାଜ୍ୟ ଗୋଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ଦେଶର ୧୧୨ଟି ଅନୁନ୍ନତ ଜିଲା ମଧ୍ୟରୁ ୯୮ଟିରେ କରୋନା ଆକ୍ରାନ୍ତ ପ୍ରଭାବ ଦେଖିବାକୁ ମିଳିଛି। ଏସବୁ ଜିଲାଗୁଡ଼ିକରେ କରୋନା ଭୂତାଣୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି। ଫଳରେ ଭାରତର ଦ୍ବାର ଦେଶରେ ଗୋଷ୍ଠୀ ସଂକ୍ରମଣ ପହଞ୍ଚିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏବେ ବିଭିନ୍ନ ରାଜ୍ୟର ପ୍ରବାସୀଙ୍କୁ ଆଣିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଓ ବସ୍‌ ଚଳାଚଳ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ବତନ୍ତ୍ର ବିମାନ ଯୋଗେ ମଧ୍ୟ ପ୍ରବାସୀମାନେ ନିଜ ରାଜ୍ୟକୁ ଫେରୁଛନ୍ତି। ଫଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଏବଂ ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆଶଙ୍କା କରାଯାଉଛି। ନୂଆଦିଲ୍ଲୀ, ମହାରାଷ୍ଟ୍ର, ମୁମ୍ବଇ, ତାମିଲନାଡୁ, ଚେନ୍ନାଇ ଆଦି ସହରରେ ଦେଶର ୬୦ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories