www.samajalive.in
Friday, December 12, 2025
16.1 C
Bhubaneswar

୭% ତଳକୁ ଖସିପାରେ ପିପିଏଫ୍‌ ସୁଧହାର

ନୂଆଦିଲ୍ଲୀ  : ପୁଣି କମିବ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ସୁଧହାର । ଅନୁମାନ କରାଯାଉଛି ଏଥର ପିପିଏଫ୍‌ ସୁଧହାରକୁ ସରକାର ୭% ତଳକୁ ହ୍ରାସ ଘଟାଇପାରନ୍ତି । ଏବେ ସମସ୍ତଙ୍କ ନଜର ଆସନ୍ତା ମାସ ପହିଲାରେ ହେବାକୁ ଥିବା ସମୀକ୍ଷା ଉପରେ । କାରଣ ପ୍ରତ୍ୟେକ ତ୍ରୟମାସିକ ପ୍ରାରମ୍ଭରେ କେନ୍ଦ୍ର ସରକାର ପିପିଏଫ୍‌ ଉପରେ କେତେ ସୁଧହାର ପ୍ରଦାନ କରିବେ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଯଦି ଏଥର ପିପିଏଫ୍‌ ସୁଧହାର ୭% ତଳକୁ ହ୍ରାସ ଘଟେ ତେବେ ଏ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହେବ । ଫଳରେ ପିପିଏଫ୍‌ ସୁଧହାର ବିଗତ ୪୬ ବର୍ଷ ମଧ୍ୟରେ ସର୍ବନିମ୍ନ ହେବ । ଶେଷ ଥର ପାଇଁ ୧୯୭୪ରେ ପିପିଏଫ୍‌ ସୁଧହାର ୭% ତଳକୁ ରହିଥିଲା ।
ସାଧାରଣତଃ ୧୦ ବର୍ଷିଆ ସରକାରୀ ବଣ୍ଡ୍‌ ଉପରେ ହେଉଥିବା ଲାଭକୁ ଭିତ୍ତି କରି ପିପିଏଫ୍‌ ସୁଧହାର ସ୍ଥିର କରାଯାଇଥାଏ । ଏହି ସୁଧହାର ଦୈନିକ ପରିବର୍ତ୍ତନ କରାଯାଇ ନ ଥାଏ । ପୂର୍ବ ତ୍ରୈମାସରେ ସରକାରୀ ବଣ୍ଡ୍‌ରେ ହୋଇଥିବା ହାରାହାରି ଲାଭ ହିସାବରେ  ତ୍ରୟମାସିକ ପ୍ରାରମ୍ଭରେ ପିପିଏଫ୍‌ ସୁଧହାର ସ୍ଥିର କରାଯାଇଥାଏ । ଏପ୍ରିଲ-ଜୁନ୍‌ ତ୍ରୟମାସିକ ପାଇଁ ମାର୍ଚ୍ଚ ଶେଷ ବେଳକୁ ପିପିଏଫ୍‌ ସୁଧହାର ୭.୧% ରହିଥିଲା । ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଏହି ୧୦ ବର୍ଷିଆ ସରକାରୀ ବଣ୍ଡ୍‌ରେ ୬.୪୨% ସୁଧ ମିଳିଥିଲା । ଏପ୍ରିଲରେ ସରକାର ପିପିଏଫ୍‌ ସୁଧହାରରେ ୮୦ ବେସିସ୍‌ ପଏଣ୍ଟ ହ୍ରାସ ଘୋଷଣା କରିବା ପରେ ଏହା ୭.୯%ରୁ ୭.୧%କୁ ଖସିଆସିଥିଲା । ଏହି ସମୟରେ ବରିଷ୍ଠ ନାଗରିକ ସଞ୍ଚୟ ଜମା ଯୋଜନା ସୁଧ ହାର ମଧ୍ୟ ୮.୬%ରୁ ୭.୪%କୁ ହ୍ରାସ ଘଟିଥିଲା । ସେତେବେଳେ ଏନ୍‌ଏସ୍‌ସି (ନ୍ୟାସନାଲ ସେଭିଂସ ସାର୍ଟିଫିକେଟ୍‌) ସ୍କିମ୍‌ର ସୁଧହାରରେ ମଧ୍ୟ ଏକ ବଡ ଧରଣର ହ୍ରାସ କରାଯାଇଥିଲା । ଫଳରେ ଏନ୍‌ଏସ୍‌ସି ସୁଧହାର ୭.୯%ରୁ ୬.୮%କୁ ଖସିଥିଲା । ତେବେ​‌ ଏଥିରୁ ବାଦ୍‌ ପଡି ନ ଥିଲା ସୁକନ୍ୟା ସମୃଦ୍ଧି ଯୋଜନା । ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାର ସୁଧହାର ୮.୪%ରୁ ୭.୬%କୁ ହ୍ରାସ ଘଟିଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories