www.samajalive.in
Sunday, December 14, 2025
15.1 C
Bhubaneswar

କୁମ୍ବଲେ ଦେଶର ସର୍ବଶ୍ରେଷ୍ଠ ମ୍ୟାଚ୍‍ ବିଜେତା: ହରଭଜନ

ନୂଆଦିଲ୍ଲୀ : ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଭାରତୀୟ କ୍ରିକେଟ୍‍ ଇତିହାସରେ ଦୁଇ ଶ୍ରେଷ୍ଠ ସ୍ପିନର ଭାବେ ବିଶ୍ୱବିଦିତ। ଦୁହେଁ ଭାରତୀୟ କ୍ରିକେଟ୍‍ ଦଳର ଏକାଧିକ ସ୍ମରଣୀୟ ବିଜୟର ବିନ୍ଧାଣୀ। ଦୁହେଁ ମିଳିତଭାବେ ୧ ହଜାରରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି। ତେଣୁ କୁମ୍ବଲେ ଓ ହରଭଜନ ପରସ୍ପରଙ୍କୁ ବେଶ୍‍ ସମ୍ମାନ କରିଥାଆନ୍ତି। ଅଫ୍‍ସ୍ପିନର ହରଭଜନ ଆଉ ପାଦେ ଆଗେଇଯାଇ ଲେଗ୍‍ସ୍ପିନର ଅନୀଲ କୁମ୍ବଲେଙ୍କୁ ଭାରତୀୟ କ୍ରିକେଟ୍‍ ଇତିହାସରେ ସର୍ବକାଳୀନ ସର୍ବଶ୍ରେଷ୍ଠ ମ୍ୟାଚ୍‍ ବିଚେତା ବୋଲି କହିଛନ୍ତି।
ଏକ କ୍ରୀଡ଼ା ପତ୍ରିକାକୁ ସାକ୍ଷାତ୍‍କାର ଦେଇ ହରଭଜନ ସିଂହ କହିଛନ୍ତି, ମୋ ମତରେ ଭାରତ ପାଇଁ ଖେଳିଥିବା କ୍ରିକେଟରଙ୍କ ମଧ୍ୟରୁ ଅନୀଲ ଭାଇ ସର୍ବଶ୍ରେଷ୍ଠ ଥିଲେ। ବୋଧହୁଏ ସେ ଭାରତୀୟ କ୍ରିକେଟ୍‍ର ସବୁଠାରୁ ବଡ଼ ମ୍ୟାଚ୍‍ ବିଜେତା ଥିଲେ। ଲୋକେ କହନ୍ତି ଯେ ଅନୀଲ ଭାଇ ବଲ୍‍କୁ ଅଧିକ ସ୍ପିନ୍‍ କରନ୍ତିନାହିଁ। ତେବେ ସେ ଦେଖାଇଥିଲେ ଯେ ତୁମର ଯଦି ହୃଦୟ ଅଛି ଓ ଦକ୍ଷତା ଅଛି; ବଲ୍‍ ଟର୍ଣ୍ଣ କରୁ କି ନକରୁ; ତୁମେ ବ୍ୟାଟ୍‍ସମ୍ୟାନଙ୍କୁ ଆଉଟ କରିପାରିବ। ଅନୀଲ ଭାଇଙ୍କ ସବୁଠାରୁ ବଡ଼ ସାମର୍ଥ୍ୟ ଥିଲା ଲଢ଼ୁଆ ଗୁଣ ଓ ସର୍ବଦା ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା। ଯଦି କୌଣସି ବୋଲରଙ୍କ ନିକଟରେ ଅନୀଲ ଭାଇଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ଗୁଣର ଅଧା ଥାଏ; ସେ ଜଣେ ଚମ୍ପିଆନ୍‍ ବୋଲର ହୋଇପାରିବେ। ଏହା ମୋର ସୌଭାଗ୍ୟ ଯେ ତାଙ୍କ ସହ ଏତେ ଦିନ ଖେଳିପାରିଲି। ପୁଣି ଅନୀଲ ଭାଇ ଅଧିନାୟକ ଥିବା ବେଳେ ତାଙ୍କ ଅଧୀନରେ ମଧ୍ୟ ଖେଳିବାର ସୌଭାଗ୍ୟ ପାଇଛି। ତାଙ୍କ ପରି ନିଷ୍ଠାବାନ୍‍ କ୍ରିକେଟର ଆଜି ପର୍ଯ୍ୟନ୍ତ ଦେଖିନାହିଁ। ସେନ୍‍ ୱାର୍ଣ୍ଣ କିମ୍ବା ମୁଥେୟା ମୁରଲୀଧରନ୍‍ଙ୍କ ପରି କୁମ୍ବଲେ ବଲ୍‍କୁ ଅଧିକ ସ୍ପିନ୍‍ କରି ପାରୁନଥିଲେ ମଧ୍ୟ ତାଙ୍କୁ କ୍ରିକେଟ୍‍ ଦୁନିଆର ସଫଳ ବୋଲରଙ୍କ ମଧ୍ୟରେ ଗଣନା କରାଯାଏ। ଚମତ୍କାର ଲାଇନ୍‍ ଲେଙ୍ଗ୍‍ଥରେ କୁମ୍ବଲେ ବୋଲିଂ କରୁଥିଲେ।

ଶ୍ରୀଲଙ୍କାର ଚମ୍ପିଆନ୍‍ ଅଫ୍‍ସ୍ପିନର ମୁଥେୟା ମୁରଲୀଧରନ୍‍ ବିଶ୍ୱରେକର୍ଡ ସର୍ବାଧିକ ୮୦୦ ଟେଷ୍ଟ ୱିକେଟ ନେଇଥିବା ବେଳେ ୨ୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଲେଗ୍‍ସ୍ପିନର ସେନ୍‍ ୱାର୍ଣ୍ଣ ୭୦୮ଟି ଟେଷ୍ଟ ୱିକେଟ ନେଇଛନ୍ତି। ୩ୟ ସ୍ଥାନରେ ଥିବା ଅନୀଲ କୁମ୍ବଲେ ୧୩୨ଟି ଟେଷ୍ଟରୁ ୬୧୯ଟି ୱିକେଟ ନେଇଛନ୍ତି। ଏହାସହ ୨୭୧ଟି ଦିନିକିଆ ମ୍ୟାଚ୍‍ରୁ କୁମ୍ବଲେ ୩୦୭ଟି ୱିକେଟ ନେଇଥିଲେ। ଏବେ ବି କୁମ୍ବଲେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟ୍‍ରେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ହୋଇ ରହିଛନ୍ତି। ଇଂଲଣ୍ଡର ଜିମ୍‍ ଲେକରଙ୍କ ପରେ ବିଶ୍ୱର ୨ୟ ବୋଲର ଭାବେ ଟେଷ୍ଟ କ୍ରିକେଟ୍‍ରେ ଏକ ଇନିଂସରେ (ପାକିସ୍ତାନ ବିପକ୍ଷରେ) ୧୦ଟିଯାକ ୱିକେଟ ନେବାର କୃତିତ୍ୱ ହାସଲ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories