www.samajalive.in
Sunday, December 7, 2025
23.1 C
Bhubaneswar

ସାଢ଼େ ୩ ମାସ ପରେ ଘରକୁ ଫେରିଲେ ହକି ଖେଳାଳି

ବେଙ୍ଗାଲୁରୁ  : ଶେଷରେ ସମ୍ଭାବ୍ୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳି ଘରକୁ ଫେରିବାର ସୁଯୋଗ ପାଇଲେ। ମାର୍ଚ୍ଚରେ ଦେଶରେ କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ଏହି ଖେଳାଳିମାନେ ବେଙ୍ଗାଲୁରୁର ସାଇ (ଦକ୍ଷିଣ) କେନ୍ଦ୍ରରେ ରହି ଯାଇଥିଲେ। ସେଠାରେ ସମ୍ଭାବ୍ୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଶିବିର ଚାଲିଥିଲା। ତେବେ ହଠାତ୍‍ ଦେଶରେ ଲକ୍‍ଡାଉନ୍‍ ଘୋଷଣା ହୋଇଯିବାରୁ ସେମାନେ ଘରକୁ ଫେରି ପାରିନଥିଲେ। ଅଭ୍ୟାସ ମଧ୍ୟ ବନ୍ଦ ହୋଇ ଯାଇଥିଲା। ସାଢ଼େ ୩ ମାସ ଉକ୍ତ ସାଇ କେନ୍ଦ୍ରରେ ରହିବା ପରେ ବୁଧବାର ସେମାନଙ୍କୁ ଘରକୁ ଫେରିବାର ଅନୁମତି ଦିଆ ଯାଇଥିଲା। ଶୁକ୍ରବାର ଅଧିକାଂଶ ଖେଳାଳି ସେମାନଙ୍କ ଘରେ ପହଞ୍ଚି ପାରିଛନ୍ତି। ସେମାନଙ୍କୁ ୪ ସପ୍ତାହ ଛୁଟି ଦିଆଯାଇଛି। ଏହାପରେ ସେମାନଙ୍କୁ ସାଇ କେନ୍ଦ୍ରକୁ ଫେରିବା ଲାଗି କୁହାଯାଇଛି।
ଭାରତୀୟ ମହିଳା ହକି ଦଳର ୨୫ ଜଣ ସଦସ୍ୟ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଫେବୃୟାରୀ ୧୬ରୁ ରହିଥିଲେ। ପୁରୁଷ ଦଳର ୪ ସପ୍ତାହର ଶିବିର ମାର୍ଚ୍ଚ ୨ରୁ ଏହି କେନ୍ଦ୍ରରେ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୪ରେ ମହିଳା ଦଳର ୭ ଜଣ ସଦସ୍ୟଙ୍କୁ ସପ୍ତାହେ ଛୁଟି ଦିଆ ଯାଇଥିଲା। ଏହି ୭ ଖେଳାଳି ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚି ଯାଇଥିବା ବେଳେ ଛୁଟି ବାତିଲ କରାଯାଇ ସେମାନଙ୍କୁ ଶିବିରକୁ ଫେରିବାକୁ କୁହା ଯାଇଥିଲା। ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡ ମାରିଏନେ ଛୁଟି ନେଇଥିଲେ ମଧ୍ୟ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରିଦେଇ ଶିବିରରେ ରହି ଯାଇଥିଲେ। ଲକ୍‍ଡାଉନ୍‍ ଓ କ୍ରୀଡ଼ା କାର୍ୟ୍ୟକଳାପ ଉପରେ କଟକଣା ଲାଗୁ ହୋଇଥିବାରୁ ଖେଳାଳିଙ୍କୁ ବେଙ୍ଗାଲୁରୁର ସାଇ (ଦକ୍ଷିଣ) କେନ୍ଦ୍ରରେ ରହିବାକୁ ପଡ଼ିଥିଲା। ଅଭ୍ୟାସ ହୋଇନଥିଲା କି ଖେଳାଳି ସାଇ କେନ୍ଦ୍ରର ପରିସର ବାହାରକୁ ଆସି ପାରିନଥିଲେ। ସେମାନେ ନିଜ କୋଠରୀରେ ସମୟ କାଟିଥିଲେ। ତେବେ ଏହି ସମୟରେ ସାଇ ପକ୍ଷରୁ ଖେଳାଳିଙ୍କର ସମସ୍ତ ଯତ୍ନ ନିଆ ଯାଇଥିଲା। ଖାଇବା ପିଇବାରେ କୌଣସି ଅସୁବିଧା ହୋଇନଥିଲା। ୨ ସପ୍ତାହ ତଳୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଖେଳାଳି ଘରକୁ ଫେରିବାର ଅନୁମତି ମାଗିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories