www.samajalive.in
Saturday, December 13, 2025
26.1 C
Bhubaneswar

ବାୟୁସେନାରେ ଯୋଗଦେଲେ ୧୨୩ ଅଧିକାରୀ: ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ- ଭଦୌରିଆ

ହାଇଦ୍ରାବାଦ: ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ। ଶନିବାର ହାଇଦ୍ରାବାଦଠାରେ ଅନୁଷ୍ଠିତ ବାୟୁସେନାର ପାସିଂ ଆଉଟ୍‌ ପରେଡ୍‌ରେ ଭଦୌରିଆ ଯୋଗଦେଇ ଏହା କହିଛନ୍ତି। ଏହି ଅବସରରେ ବାୟୁସେନାରେ ୧୨୩ ନୂଆ ଅଧିକାରୀ ଯୋଗଦେଇଛନ୍ତି, ଯେଉଁଥିରେ ୧୯ ଜଣ ମହିଳା ଅଧିକାରୀ ରହିଛନ୍ତି।

ଏକାଡେମୀ ଫର କମ୍ପାଇନ୍‌ଡ ଗ୍ରାଜୁଏଶନ ପରେଡ୍‌ରେ ଏୟାର ଚିଫ୍‌ ମାର୍ଶଲ ଭଦୌରିଆ କହିଥିଲେ, ଯେକୌଣସି ମୂଲ୍ୟରେ ଆମେ ଆମ ସର୍ବଭୌମତର ରକ୍ଷା କରିବୁ। ଆମ ଅଞ୍ଚଳର ସୁରକ୍ଷା ଦୃଷ୍ଟିକୋଣରୁ ଆମ ସଶସ୍ତ୍ର ବାହିନୀ ସବୁବେଳେ ପ୍ରସ୍ତୁତ ଏବଂ ସତର୍କ ରହିଛନ୍ତି। ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଆମେ ପ୍ରସ୍ତୁତ ବୋଲି ଭଦୌରିଆ କହିଛନ୍ତି।

- Advertisement -

ଯବାନମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଏହା ସ୍ପଷ୍ଟ ହେବା ଉଚିତ ଯେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ଭଲ ଭାବରେ ପ୍ରସ୍ତୁତ ଏବଂ ସଠିକ୍ ସ୍ଥିତିରେ ଅଛୁ। ମୁଁ ଦେଶକୁ ବିଶ୍ଵାସ ଦେଉଛି ଯେ ଆମେ ପରିସ୍ଥିତିର ମୁକାବିଲା କରିବାକୁ ସଂକଳ୍ପବଦ୍ଧ ଏବଂ ଗଲୱାନ ଉପତ୍ୟକାରେ ଯବାନଙ୍କ ବଳିଦାନକୁ କେବେ ବି ବ୍ୟର୍ଥ ହେବାକୁ ଦେବୁ ନାହିଁ। ଚୀନ ସହିତ ଆମର ଯୁଦ୍ଧ ହେଉନାହିଁ, କିନ୍ତୁ ଆମେ ପ୍ରସ୍ତୁତ ରହିଛୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories