www.samajalive.in
Monday, December 15, 2025
26.1 C
Bhubaneswar

ଖେଳରତ୍ନ ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନିମନ୍ତେ ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କ ନାମ ସୁପାରିସ କରିଛି ଭାରତୀୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍‌। ଅନ୍ୟପକ୍ଷରେ ଅର୍ଜୁନ ପୁରସ୍କାର ନିମନ୍ତେ ତାଙ୍କ ନାମ ସୁପାରିସ ହୋଇନଥିବାରୁ ଭାରତୀୟ ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌କୁ ସମାଲୋଚନା କରିଥିବାରୁ ଅନ୍ୟତମ ପୁରୁଷ ଖେଳାଳି ଏଚ୍‌ଏସ୍‌ ପ୍ରଣୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଜଣାପଡ଼ିଛି।

ସୂଚନାଥାଉକି ଗତ ଫେବୃଆରୀରେ ମାନିଲାରେ ଆୟୋଜିତ ଏସୀୟ ଦଳଗତ ବ୍ୟାଡମିଣ୍ଟନ୍‌ ଚମ୍ପିଆନ୍‌ସିପର ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଶ୍ରୀକାନ୍ତ ଓ ପ୍ରଣୟ ଦଳ ଛାଡ଼ି ବାର୍ସିଲୋନାରେ ଆୟୋଜିତ ଅନ୍ୟ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚାଲି ଯାଇଥିଲେ। ଫଳରେ ଭାରତୀୟ ଦଳ ସେମିଫାଇନାଲରେ ପରାସ୍ତ ହୋଇଥିଲା।

- Advertisement -

ଏହାକୁ ଗୁରୁତ୍ବର ସହ ନେଇ ଭାରତୀୟ ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌ ଶ୍ରୀକାନ୍ତ ଓ ପ୍ରଣୟଙ୍କ ନାମ ଯଥାକ୍ରମେ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରିନଥିଲା। ଇତିମଧ୍ୟରେ ଶ୍ରୀକାନ୍ତ ନିଜ ଭୁଲ୍‌ ସ୍ବୀକାର କରିବା ସହ ଭବିଷ୍ୟତରେ ଏପରି ଭୁଲ୍‌ କରିବେ ନାହିଁ ବୋଲି ଦର୍ଶାଇ ଭାରତୀୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍‌ ନିକଟକୁ ଏକ ଇମେଲ୍‌ କରିଥିଲେ। ଶ୍ରୀକାନ୍ତ ଦୋଷ ସ୍ବୀକାର କରିବା ସହ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ କରି ଭାରତୀୟ ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌ ତରଫରୁ ତାଙ୍କ ନାମ ଖେଳରତ୍ନ ପୁରସ୍କାର ନିମନ୍ତେ କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ଅର୍ଜୁନ ପୁରସ୍କାର ନିମନ୍ତେ ତାଙ୍କ ନାମ ସୁପାରିସ କରାଯାଇନଥିବା ପ୍ରସଙ୍ଗରେ ପ୍ରଣୟ ଭାରତୀୟ ବ୍ୟାଡମିଣ୍ଟନ୍ ମହାସଂଘକୁ ଖୋଲାଖୋଲି ସମାଲୋଚନା କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରା ଯାଇଥିବା ମହାସଂଘର ସାଧାରଣ ସମ୍ପାଦକ ଅଜୟ କହିଛନ୍ତି। ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ପ୍ରଣୟଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ସେ ନିର୍ଦ୍ଧାରିତ ସମୟରେ ଉତ୍ତର ନ ଦେଲେ ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଜୟ ସ୍ପଷ୍ଟ କରି ଦେଇଛନ୍ତି। ପୂର୍ବରୁ ମଧ୍ୟ ପ୍ରଣୟଙ୍କ ବିରୋଧରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଆସିଥିଲା। ତେବେ ଏଥିପ୍ରତି ମହାସଂଘ ବେଶୀ ଗୁରୁତ୍ବ ଦେଇନଥିଲା। ଅନ୍ୟପକ୍ଷରେ ଚଳିତଥର ପ୍ରଣୟ ଯେପରି ମନ୍ତବ୍ୟ ଦେଇଥିଲେ ତାହାକୁ ଦୃଷ୍ଟିରେ ରଖି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ଛଡ଼ା ଅନ୍ୟ ପନ୍ଥା ନ ଥିଲା ବୋଲି ଅଜୟ ସୂଚନା ଦେଇଛନ୍ତି।
ଆଗାମୀ ଦିନରେ ଖେଳାଳି, ପ୍ରଶିକ୍ଷକ ଓ ବୈଷୟିକ ଅଧିକାରୀଙ୍କ ନିମନ୍ତେ ଆଦର୍ଶ ଆଚରଣବିଧି ଲାଗୁ କରିବାକୁ ଭାରତୀୟ ବ୍ୟାଡମିଣ୍ଟନ୍ ମହାସଂଘ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଚଳିତଥର ଅର୍ଜୁନ ପୁରସ୍କାର ନିମନ୍ତେ ସମୀର ବର୍ମାଙ୍କ ନାମ ସୁପାରିସ କରିଛି ମହାସଂଘ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories