www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ପାଇଁ ଖର୍ଚ୍ଚ ଧାର୍ଯ୍ୟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଏ ଦିଗରେ ଅନେକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ପାଇଁ ଖର୍ଚ୍ଚ ସୀମା ଧାର୍ୟ୍ୟ କରିଛନ୍ତି। ନୀତି ଆୟୋଗ ସଦସ୍ୟ ଭିକେ ପଲ, ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଓ ଦିଲ୍ଲୀ ସରକାରଙ୍କ ପ୍ରତିନିଧିକୁ ନେଇ ଗଠିତ କମିଟିର ସୁପାରିସ ଆଧାରରେ ଖର୍ଚ୍ଚ ସୀମା ଧାର୍ୟ୍ୟ କରାଯାଇଛି।

ସରକାରଙ୍କ ଦ୍ବାରା ଧାର୍ୟ୍ୟ ଖର୍ଚ୍ଚ ସୀମା ଅନୁଯାୟୀ ଗୋଟିଏ ଆଇସୋଲେସନ ବେଡ (ଶଯ୍ୟା)ର ଦୈନିକ ମୂଲ୍ୟ ୮ହଜାରରୁ ୧୦ହଜାର ଟଙ୍କା ରଖାଯାଇଛି। ସେହିପରି ଭେଣ୍ଟିଲେଟର ବିନା ଆଇସିୟୁ ଶଯ୍ୟାର ଦୈନିକ ମୂଲ୍ୟ ୧୩ହଜାରରୁ ୧୫ହଜାର ଟଙ୍କା, ଭେଣ୍ଟିଲେଟର ସହିତ ଆଇସିୟୁ ଶଯ୍ୟାର ଦୈନିକ ମୂଲ୍ୟ ୧୫ହଜାରରୁ ୧୮ହଜାର ଟଙ୍କା। ଏହି ଚିିକିତ୍ସା ଅର୍ଥରେ ପିପିଇ କିଟ୍‌ର ମୂଲ୍ୟ ସାମିଲ କରାଯାଇଛି। କରୋନା ଚିକିତ୍ସା କ୍ଷେତ୍ରରେ ପିପିଇ କିଟ୍‌ ବାବଦରେ ଅଧିକ ଅର୍ଥ ଦାବି କରାଯାଇଛି। ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକ ଦୈନିକ ଏହିସବୁ ବେଡ ପାଇଁ ଯଥାକ୍ରମେ ୨୫ହଜାର, ୪୩ହଜାର ଓ ୫୪ହଜାର ଟଙ୍କା ଦାବି କରୁଥିଲେ। ସେହିପରି ଜଣେ କରୋନା ରୋଗୀ ହସ୍ପିଟାଲରେ କେତେଦିନ ରହିବେ ସେଥିପାଇଁ ମଧ୍ୟ ସମୟ ସୀମା ଧାର୍ୟ୍ୟ କରାଯାଇଛି। ଧାର୍ୟ୍ୟ ସମୟ ଅନୁଯାୟ ସାଧାରଣ ଲକ୍ଷଣ ଥିବା ଜଣେ କରୋନା ସଂକ୍ରମିତ ୭ରୁ ୧୦ଦିନ ରହିବେ।

- Advertisement -

ସେହିପରି ଗୁରୁତର ଥିବା ଜଣେ ସଂକ୍ରମିତ ୧ମାସ ପର୍ୟ୍ୟନ୍ତ ହସ୍ପିଟାଲରେ ରହିବେ। ଏହା ପୂର୍ବରୁ ଦିଲ୍ଲୀ ସରକାର ସମସ୍ତ ଘରୋଇ ହସ୍ପିଟାଲକୁ ସେମାନଙ୍କ ଚିକିତ୍ସା ଦର ତାଲିକା ପ୍ରସ୍ତୁତ କରିବା ସହିତ ଏହାକୁ ପ୍ରଦର୍ଶନ କରିବାକୁ ନିର୍ଦେଶ ଦେଇସାରିଛନ୍ତି। ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ଲୋକ ବୀମାଭୁକ୍ତ ନଥିବାରୁ ସେମାନେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ବିପୁଳ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories