www.samajalive.in
Saturday, December 13, 2025
23.1 C
Bhubaneswar

ଲାଞ୍ଚୁଆ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ; ଲାଞ୍ଚ ନେଉଥିଲେ ୧୧ ହଜାର

କେନ୍ଦୁଝର: ଭିିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଜେଇ । ପୁରୁଣା କାମର ବିଲ୍ ପାଇଁ ୬ ହଜାର ଆଉ ନୂଆ କାମ ଠିକା ଦେବା ପାଇଁ ୫ ହଜାର, ଏହିପରି ମୋଟ ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ବ୍ଳକ୍ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ଏବଂ ତାଙ୍କର କାର୍ଯ୍ୟାଳୟ ଓ ବାସଭବନରେ ଯାଞ୍ଚ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ଜଣେ ଠିକାଦାର ତାଙ୍କର ପୁରୁଣା କାମର ବିଲ୍ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କର ବିଲ୍ କରାଗଲା ନାହିଁ । ଶେଷରେ ସମ୍ପୃକ୍ତ ଠିକାଦାର କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କ ବିଲ୍ କରାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ । ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ଓ ଡ଼ିଲ୍ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ଦାବି ଅନୁସାରେ ତାଙ୍କୁ ଦୁଇଟି କାମ ପାଇଁ ମୋଟ ୧୧ ହଜାର ଟଙ୍କା ସମ୍ପୃକ୍ତ ଠିକାଦାର ଦେବାକୁ ଯାଇଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କର ପିଛା କରିଥିଲେ । କନିଷ୍ଠ ଯନ୍ତ୍ରୀ ଟଙ୍କା ନେବାବେଳେ ପୁଲିସ ହାତରେ ଗିରଫ ହୋଇଥିଲେ । ଶ୍ରୀ ପଣ୍ଡା ବରଦାପାଳ, କାଉଁରୀକଳା ଓ ରାଇକଳା ପଞ୍ଚାୟତ ଦାୟିତ୍ବରେ ଅଛନ୍ତି ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories