www.samajalive.in
Sunday, December 7, 2025
23.1 C
Bhubaneswar

୧୯ ରାଜ୍ୟ ସଭା ଆସନ ପାଇଁ ମତଦାନ ଜାରି, ପିପିଇ କିଟ୍‌ ପିନ୍ଧି ଭୋଟ ଦେଲେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଦେଶର ୮ ରାଜ୍ୟରେ ୧୯ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ସକାଳ ୯ଟାରୁ ମତଦାନ ଜାରି ରହିଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହା ପରେ ସନ୍ଧ୍ୟାରେ ଭାରତୀୟ ନିର୍ବାଚନ କମିଶନ ଫଳାଫଳ ଘୋଷଣା କରିବେ। ନିର୍ବାଚନ ହେଉଥିବା ଆସନଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟରୁ ୪ଟି ଲେଖାଏ, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ୩ଟି ଲେଖାଏ, ଝାଡ଼ଖଣ୍ଡରୁ ୨ଟି ଏବଂ ମିଜୋରମ, ମଣିପୁର ଓ ମେଘାଳୟରୁ ଗୋଟିଏ ଲେଖାଏ ଆସନ ରହିଛି।

ମଧ୍ୟପ୍ରଦେଶରେ ମତଦାନ ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସତ୍ବେ ମତଦାନ କରିବାକୁ ଆସିଥିଲେ। ତେବେ ବିଧାୟକ ଜଣକ ପିପିଇ(ବ୍ୟକ୍ତିଗତ ସୁରକ୍ଷା ଉପକରଣ) ପିନ୍ଧି ମତଦାନ କେନ୍ଦ୍ରକୁ ଆସିଥିଲେ। ଅନ୍ୟପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏବଂ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories