www.samajalive.in
Saturday, December 13, 2025
27.1 C
Bhubaneswar

ସେନା ଶକ୍ତି ବଢ଼ାଇବ ଭାରତ : କିଣିବ ୧୨ ସୁଖୋଇ ଏବଂ ୨୧ ମିଗ୍-୨୯ ବିମାନ

ନୂଆଦିଲ୍ଲୀ : ପଡୋଶୀ ଚୀନ୍ ସହିତ ସାମରିକ ତିକ୍ତତା ମଧ୍ୟରେ ଭାରତ ଏହାର ବାୟୁସେନାର କ୍ଷମତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଭାରତ ସରକାର ୧୨ଟି ନୂଆ ସୁଖୋଇ ଏବଂ ୨୧ ଟି ନୂଆ ମିଗ-୨୯ ବିମାନ କିଣିବେ। ଏହି ବିମାନ କ୍ରୟ ପାଇଁ ଭାରତୀୟ ବାୟୁସେନା ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏ ସମ୍ପର୍କରେ ଶୀଘ୍ର କାର୍ୟ୍ୟାନୁଷ୍ଠାନ ପାଇଁ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି।
ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାର ଏହି ଚୁକ୍ତି ଉପରେ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। ଋଷରୁ ଅତିରିକ୍ତ ମିଗ-୨୯ଏସ୍ କିଣିବା ପାଇଁ ବର୍ତ୍ତମାନର ଚୁକ୍ତିରେ ସଂଶୋଧନ କରାଯିବ। ୩୬ଟି ରାଫେଲ ବିମାନ ପାଇଁ ୨୦୧୬ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ପରେ ବାୟୁସେନା ଦ୍ବାରା ୩୩ଟି ନୂତନ ବିମାନ କ୍ରୟ ପାଇଁ ଏହା ଦ୍ୱିତୀୟ ଚୁକ୍ତି ହେବ।
ଚୀନ୍ ସହ ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସମ୍ପ୍ରତି ପୂର୍ବ ଲଦାଖର ଗାଲୱାନ୍ ଭ୍ୟାଲି ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ହିଂସାତ୍ମକ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଶହିଦ ହୋଇଛନ୍ତି। ଭାରତ କହିଛି ଯେ ଚୀନ୍ର ସୁଚିନ୍ତିତ ଯୋଜନା ଅନୁଯାୟୀ ଏହି ସଂଘର୍ଷ ଘଟିଛି। ଅନ୍ୟପକ୍ଷରେ ଖବର ଆସିଛି ଯେ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories