www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱ ପିତୃ ଦିବସ: ଜାଣନ୍ତୁ ଏହାର ଇତିହାସ

ସମାଜ ପୋର୍ଟାଲ ଡେସ୍କ: ଆସନ୍ତା ୨୧ ତାରିଖ ବିଶ୍ୱ ପିତୃ ଦିବସ। ସନ୍ତାନମାନଙ୍କ ପ୍ରତି ପିତାଙ୍କ ବଳିଦାନ ଓ ଭଲପାଇବାକୁ ସମ୍ମାନ ଜଣାଇ ତଥା ମନେ ପାକାଇ ଏହି ଦିନଟିକୁ ପାଳନ କରାଯାଏ। ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ପିତୃ ଦିବସ କେବେଠାରୁ ପାଳନ କରିବା ଆରମ୍ଭ ହୋଇଥିଲା ଓ କିଏ, ୍େ‍କଉଁଠି ପ୍ରଥମେ ଏହାକୁ ଆରମ୍ଭ କରିଥିଲା। ଆଜି ଆମେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବୁ। ଆସନ୍ତୁ ଜାଣିବା ପିତୃ ଦିବସ ସମ୍ବନ୍ଧୀୟ ସମସ୍ତ ତଥ୍ୟ –

ସର୍ବ ପ୍ରଥମେ ଫାଦର୍ସ ଡେ’ ୧୯ ଜୁନ୍‍, ୧୯୧୦ରେ ୱାଶିଂଟନରେ ପାଳନ କରାଯାଇଥିଲା। ସୋନେରା ସ୍ମାର୍ଟ ଡୋଡ଼୍‍ ନାମକ ମହିଳା ଏହି ଦିବସ ପ୍ରଥମେ ପାଳନ କରିଥିଲେ। ସୋନେରା ତାଙ୍କ ପିତାଙ୍କୁ ବହୁତ ଭଲପାଉଥିଲେ। କୁହାଯାଏ ଯେ, ପିଲାବେଳୁ ସୋନେରାଙ୍କ ମାଆଙ୍କ ଦେହାନ୍ତ ହୋଇଯାଇଥିଲା। ତାଙ୍କ ପିତା ୱିଲିୟମ୍‍ ସ୍ମାର୍ଟ ଏକୁଟିଆ ସୋନେରାଙ୍କ ସମେତ ତାଙ୍କ ପାଞ୍ଚ ଭାଇ ଭଉଣୀଙ୍କ ଦେଖାଶୁଣା କରି ସେମାନଙ୍କୁ ବଡ଼ କରିଥିଲେ। ଥରେ ସୋନେରା ଲୋକେ ମଦର୍ସ ଡେ ପାଳନ କରୁଥିବା ଦେଖିଲେ। ସେତେବେଳେ ସେ ଭାବିଲେ, ଯଦି ବର୍ଷର ଗୋଟିଏ ଦିନ ମାଆଙ୍କ ପାଇଁ ହୋଇ ପାରୁଛି ତାହେଲେ ଗୋଟିଏ ଦିନ ବାପାଙ୍କ ପାଇଁ କାହିଁକି ନୁହେଁ। ଏଥିରୁ ଅନୁପ୍ରେରିତ ହୋଇ ସେ ଫାଦର୍ସ ଡେ’ ପାଳନ କରିବାକୁ ନିଷ୍ପତ୍ତି ନେଲେ। ସୋନେରାଙ୍କ ପିତା ୱିଲିୟମ୍‍ ସ୍ମାର୍ଟଙ୍କ ଜନ୍ମଦିନ ଜୁନ ମାସରେ ପଡ଼େ, ତେଣୁ ସେ ଫାଦର୍ସ ଡେ ଜୁନ୍‍ ମାସରେ ପାଳନ କରିବାକୁ ନିଷ୍ପତ୍ତି ନେଲେ। ଏହିପରି ଭାବେ ୧୯ ଜୁନ୍‍ ୧୯୧୦ରେ ପ୍ରଥମେ ଫାଦର୍ସ ଡେ’ ପାଳନ କରାଯାଇଥିଲା।

- Advertisement -

ଫାଦର୍ସ ଡେ’ ପାଳନ କରିବାର ପ୍ରଥା ଏହିଭଳି ଚାଲିଲା। ୧୯୨୪ ମସିହାରେ ଆମେରିକା ରାଷ୍ଟ୍ରପତି କେଭ୍ଲିନ୍‍ କୋଲୀ ଜାତୀୟ ସ୍ତରରେ ଫାଦର୍ସ ପାଳନ କରିବା ପାଇଁ ନିଜ ସମହତି ପ୍ରକାଶ କଲେ। ୧୯୬୬ ମସିହାରେ ରାଷ୍ଟ୍ରପତି ଲିଣ୍ଡନ ଜନସନ୍‍ ୩ ଜୁନରେ ଫାଦର୍ସ ଡେ’ ପାଳନ କରିବାକୁ ଘୋଷଣା କଲେ। ଏହାପରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଫାଦର୍ସ ଡେ’ ପାଳନ କରିବାକୁ ଘୋଷଣା କରାଗଲା। ଶେଷରେ ଜୁନ୍‍ ମାସର ତୃତୀୟ ରବିବାରକୁ ସାରା ବିଶ୍ୱରେ ଫାଦର୍ସ ଡେ’ ଭାବେ ପାଳନ କରାଗଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories