www.samajalive.in
Monday, December 8, 2025
13.1 C
Bhubaneswar

ଫାଦର୍ସ ଡେ’: ପିତାଙ୍କ ପାଇଁ ଦିନଟିଏ….

“ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ,
ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା”

ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ହୋଇଥାଏ। ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ । ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି।

- Advertisement -

ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ। ସେ ସ୍ୱର୍ଗ ଠାରୁ ବଡ ସେ ପରମ ତପ ଠାରୁ ଅଧିକ। ପିତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦେଶ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ପିତୃ ଦିବସ ବା ଫାଦର୍ସ ଡେ ପାଳନ କରାଯାଏ। ଏବେ ଭାରତର ଅନେକ ଜନ ସାଧାରଣ ପାଶ୍ଚ୍ୟାତ ସଂସ୍କୃତିକୁ କିଛି ମାତ୍ରାରେ ଆଦରି ନେଇଛନ୍ତି। ଏଥିପାଇଁ ଆମେରିକାରେ ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ସମାନ ଦିନରେ ଏହାକୁ ପାଳନ କରାଯାଉଛି। ଚଳିତ ବର୍ଷ ଏହା ୨୧ ତାରିଖରେ ପଡ଼ୁଛି। ୟୁରୋପର କିଛି ଦେଶରେ ମଧ୍ୟ ଏହି ଦିନକୁ ଫାଦର୍ସ ଡେ ଭାବେ ପାଳନ କରାଯାଏ।

ଏହିଦିନ ଲୋକେ ନିଜ ପିତାଙ୍କୁ କିଛି ପ୍ରେମ ଓ ଭକ୍ତିଭରା ସନ୍ଦେଶ ଦେବା ସହ ଉପହାର ମଧ୍ୟ ଦେଇଥାଆନ୍ତି। ଏହି ଦିନ ତାଙ୍କର ମହାନତା ଓ ତ୍ୟାଗ ଉଦେଶ୍ୟରେ ପାଳନ କରାଯାଏ । ଆପଣ ମଧ୍ୟ ଏହିଦିନ ନିଜ ପିତାଙ୍କୁ ଟିକିଏ ଖୁସି ଦେବା ପାଇଁ କିଛି ବିଶେଷ ଢଙ୍ଗରେ ଏହାକୁ ପାଳନ କରନ୍ତୁ। ତାଙ୍କ ପସନ୍ଦକୁ ବୁଝି କିଛି ପ୍ରୀତିଭରା ଉପହାର ମଧ୍ୟ ଦିଅନ୍ତୁ। ଯଦ୍ୱାରା ତାଙ୍କ ପ୍ରତି ତାଙ୍କ ସନ୍ତାନର ଭଲପାଇବା ଓ ଭକ୍ତିଭାବକୁ ସେ ହୃଦୟଙ୍ଗମ କରିପାରିବେ। କେବଳ ଏହି ଗୋଟିଏ ଦିନ ନୁହେଁ ବରଂ ସାରା ଜୀବନ ନିଜ ପିତାଙ୍କୁ ଖୁସିରେ ରଖିବାକୁ ଏହି ଦିନ ଶପଥ ନିଅନ୍ତୁ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories