www.samajalive.in
Saturday, December 6, 2025
23.1 C
Bhubaneswar

ତାଜାକିସ୍ତାନରେ ଭୂକମ୍ପ, ଥରିଲା ଜାମ୍ମୁ-କାଶ୍ମୀର

ଦୁଶାନ୍‌ବେ: ତାଜାକିସ୍ତାନରେ ମଙ୍ଗଳବାର ଭୂମିକମ୍ପ ସୃଷ୍ଟି ହୋଇଛି। ଭାରତର କିଛି ଅଂଶରେ ଏହାର ଝଟ୍‌କା ଲାଗିଛି। ଭୂକମ୍ପ ଯୋଗୁ ଜାମ୍ମୁ-କାଶ୍ମୀର ମଧ୍ୟ ଥରିଉଠିଛି। ତାଜାକିସ୍ତାନ ରାଜଧାନୀ ଦୁଶାନ୍‌ବେଠାରୁ ୩୪୧ କିଲୋମିଟର ଦୂର ପୂର୍ବ-ଦକ୍ଷିଣପୂର୍ବ ଅଞ୍ଚଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିବା ଜଣାପଡ଼ିଛି। ସକାଳ ୭ଟାରେ ଏହି ଭୂକମ୍ପ ଝଟ୍‌କା ଲାଗିଥିଲା। ତେବେ ଭୂକମ୍ପ ଯୋଗୁ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରରେ ଝଟ୍‌କା ଲାଗିବା ପରେ ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ଗତ କିଛିଦିନ ହେଲାଣି ଜାମ୍ମୁ-କାଶ୍ମୀରରେ ଲଗାତାର ଭୂକମ୍ପ ଝଟ୍‌କା ଅନୁଭୂତ ହେଉଛି। ଗତ ସୋମବାର ଭୋର୍‌ ୪ଟା ୩୬ରେ ଝଟ୍‌କା ଲାଗିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଥିଲା। ଏହା ପୂର୍ବରୁ ଗତ ୯ ତାରିଖରେ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories