www.samajalive.in
Monday, December 15, 2025
16.1 C
Bhubaneswar

କ’ଣ କରିବେ ଶ୍ରଦ୍ଧା ?

ଅଧିକାଂଶ ବଲିଉଡ କଳାକାର ଏବେ ହାତ ବାନ୍ଧି ବସିଛନ୍ତି। ହାତଗଣତି କେତୋଟି ଚଳଚ୍ଚିତ୍ରର ପୋଷ୍ଟ-ପ୍ରଡକ୍ସନ୍ କାମ ଚାଲୁଥିବାବେଳେ ସୁଟିଂ ପାଇଁ କେହି ସାହସ କରିପାରୁନାହାନ୍ତି। ପ୍ରଯୋଜକ, ନିର୍ଦେଶକ ମହଲ ବଡ଼ ଧରଣର କ୍ଷତି ସହୁଛନ୍ତି, ହେଲେ ଉପାୟ ବା କ’ଣ? ଏଭଳି ସ୍ଥିତିରେ ଘରେ ସୁରକ୍ଷିତ ରହିବା ହିଁ ବୁଦ୍ଧିମାନର କାମ। ନିକଟରେ ଅଭିନେତା ଶକ୍ତି କପୁର ସାକ୍ଷାତକାର୍‌ ଦେଉଥିବାବେଳେ କହିଛନ୍ତି, ବର୍ତ୍ତମାନ ସମୟରେ ସେ ସୁଟିଂ କରିବା ସମ୍ପର୍କରେ ଭାବିବାକୁ ମଧ୍ୟ ଚାହୁଁନାହାନ୍ତି। ତାଙ୍କ ଝିଅ ଶ୍ରଦ୍ଧାଙ୍କର ଏକ ଚଳଚ୍ଚିତ୍ରର ପୋଷ୍ଟ-ପ୍ରଡକ୍ସନ୍ କାମ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ଶ୍ରଦ୍ଧା ସେସବୁ କାମରେ ଏବେ ଯୋଗଦେବେ ନାହିଁ ବୋଲି ଶକ୍ତି ସ୍ପଷ୍ଟ କରିଛନ୍ତି। ଅନ୍ୟପାଖେ ଶ୍ରଦ୍ଧା କିନ୍ତୁ କାମରେ ଯୋଗଦେବାକୁ ଖୁବ୍ ଆଗ୍ରହୀ। ହେଲେ ବାପାଙ୍କ କଥାକୁ କାଟିବେ କିପରି ଶ୍ରଦ୍ଧା, ଏହି ଚିନ୍ତାରେ ଏବେ ଏଇ ସୁନ୍ଦରୀ ଅଭିନେତ୍ରୀ ପଡ଼ିଯାଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories