www.samajalive.in
Monday, December 15, 2025
16.1 C
Bhubaneswar

ଏହା ଆତ୍ମହତ୍ୟା ନୁହେଁ, ଷଡଯନ୍ତ୍ର, ସିବିଆଇ ତଦନ୍ତ ହେଉ : ପପୁ ଯାଦବ

ପାଟଣା : ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ, କେଦାରନାଥ ଏବଂ ଛିଛୋରେ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ରବିବାର (୧୪ ଜୁନ୍) ରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏଥି ସହିତ କିଛି ଲୋକ ତାଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ସୁଶାନ୍ତ କେବେବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ପରିବାର କହିଛନ୍ତି। ଏହି ସମୟରେ ବିହାରର ପ୍ରସିଦ୍ଧ ରାଜନେତା ପପୁ ଯାଦବ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କହିଛନ୍ତି ଯେ, ସେ ଆତ୍ମହତ୍ୟା ଭଳି ବଡ଼ ପଦକ୍ଷେପ ନେଇ ପାରିବେ ନାହିଁ। କେବଳ ଏତିକି ନୁହେଁ ପପୁ ଯାଦବ ମଧ୍ୟ ଅଭିନେତାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଶୁଣିବା ପରେ ପପୁ ଯାଦବ ତାଙ୍କ ଘରକୁ ଯାଇ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ। ପପୁ ଯାଦବ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ଭେଟିବାର ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ, ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପପୁ ଯାଦବ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି।

- Advertisement -

ପପୁ ଯାଦବ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ବିହାରର ଗୌରବ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିପାରିବେ ନାହିଁ! ତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ହେବା ଉଚିତ। ସେ ତାଙ୍କ ପିତାଙ୍କୁ ପାଟଣାରେ ଥିବା ତାଙ୍କ ବାସଭବନରେ ଭେଟିଥିଲେ, ସେ ସିବିଆଇ ତଦନ୍ତ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories