www.samajalive.in
Saturday, December 13, 2025
23.1 C
Bhubaneswar

ଲାଉ ପିଆଜ ପକୁଡ଼ି

ଆବଶ୍ୟକ ସାମଗ୍ରୀ
ଲାଉ – ୨କପ
ପିଆଜ – ୨ଟି (କଟା ହୋଇଥିବା)
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ବେସନ – ୨କପ
ଚାଉଳ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲଙ୍କା – ୨ଟି
ପାନମଧୁରୀ – ଅଳ୍ପ
ବେକିଙ୍ଗ ସୋଢା – ଅଳ୍ପ
ଗୋଲମରିଚ ଗୁଣ୍ଡ – ସାମାନ୍ୟ
ଚାର୍ଟ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଲାଉକୁ କୋରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ବେସନ, ଚାଉଳଗୁଣ୍ଡ, ଲାଉ,ଲଙ୍କା ଗୁଣ୍ଡ, ଲଙ୍କା, ଲୁଣ, ପାନମଧୁରୀ, ପିଆଜ, ଚାର୍ଟ ମସଲା, ଗୋଲମରିଚ ଗୁଣ୍ଡ ମିଶାଇ କିଛି ସମୟ ରଖନ୍ତୁ। ଏହାପରେ ଏଥିରେ ସାମାନ୍ୟ ବେକିଙ୍ଗ ସୋଢା ପକାଇ ପୁଣି ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣରୁ ପକୁଡ଼ି ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ଟମାଟୋ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲାଉ ପିଆଜ ପକୁଡ଼ି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories