www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ସତ୍ବେ ଚନ୍ଦ୍ର ଅଭିଯାନର ପ୍ରସ୍ତୁତି ଚଳାଇଛନ୍ତି ଭାରତ-ଜାପାନ; ଲ୍ୟାଣ୍ଡର ନିର୍ମାଣର ନେତୃତ୍ଵ ନେବ ଇସ୍ରୋ

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। କିନ୍ତୁ ଏହା ମଧ୍ୟରେ ଦୁଇ ଦେଶ ମିଳିତ ଭାବେ ଏକ ଚନ୍ଦ୍ର ଅଭିଯାନର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଅଭିଯାନର ନାମ ଦିଆଯାଇଛି ‘ଲୁନାର ପୋଲାର ଏକ୍ସପ୍ଲୋରେଶନ(ଏଲପିଇ)’।

ଏହି ଅଭିଯାନରେ ଲ୍ୟାଣ୍ଡର ଏବଂ ରୋଭରକୁ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ। ଅଭିଯାନ ସମ୍ପର୍କିତ କାଗଜପତ୍ରରୁ ଜଣାପଡ଼ିଛି ଯେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଲ୍ୟାଣ୍ଡର ନିର୍ମାଣର ନେତୃତ୍ଵ ନେବ। ଜାପାନର ମହାକାଶ ସଂସ୍ଥା ଜାପାନା ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସୀ(ଜାକ୍‌ସା) ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି ଅଭିଯାନକୁ ୨୦୨୩ ପରେ ଲଞ୍ଚ୍‌ କରାଯିବ। କାରଣ ବର୍ତ୍ତମାନ ଇସ୍ରୋ ଗଗନଯାନ ଅଭିଯାନ ଉପରେ କାର୍ଯ୍ୟ କରୁଛି। ୨୦୨୨ରେ ଏହାର ଉତ୍‌କ୍ଷେପଣ କରାଯିବାକୁ ଧାର୍ଯ୍ୟ ହୋଇଛି। ତେବେ ଚନ୍ଦ୍ର ମିଶନରେ ଜାପାନ ଲ୍ୟାଣ୍ଡିଂ ମଡ୍ୟୁଲ ଏବଂ ରୋଭର ନିର୍ମାଣ କାର୍ଯ୍ୟ କରିବ। ଇସ୍ରୋ ଲ୍ୟାଣ୍ଡର ସିଷ୍ଟମ ପ୍ରସ୍ତୁତ କରିବ। ଏହି ମିଶନକୁ ଜାପାନରେ ଲଞ୍ଚ କରାଯିବ ଏବଂ ଲଞ୍ଚିଂ ପାଇଁ ଏଚ-୩ ରକେଟ ନିର୍ଦ୍ଧାରିତ କରାଯାଇଛି। ଏହି ରକେଟ୍‌କୁ ମିତ୍‌ସୁବିଶି ହେଭି ଇଣ୍ଡଷ୍ଟ୍ରିଜ ଦ୍ବାରା ନିର୍ମାଣ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ୨୦୧୭ରେ ପ୍ରଥମ ଥର ଲାଗି ବେଙ୍ଗାଲୁରୁରେ ଏହି ମିଶନ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ କରିବା ସମୟରେ ଉଭୟ ଦେଶର ସରକାରଙ୍କ ମଧ୍ୟରେ ଆଲୋଚନାରେ ଏହି ପ୍ରସଙ୍ଗ ସ୍ଥାନ ପାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories