www.samajalive.in
Monday, December 8, 2025
24.1 C
Bhubaneswar

ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମ ନମୁନା ଧରି ପୃଥିବୀକୁ ଫେରିଲା ଚୀନର ଚନ୍ଦ୍ରଯାନ

ଚୀନର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ଆବର୍ଜନାରୁ ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି। ଚୀନର ସରକାରୀ ଗଣମାଧ୍ୟମ ଏ ନେଇ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଚୀନର ଚନ୍ଦ୍ରଯାନ ଚାଙ୍ଗ୍‌-ଇ-୫ ମଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲାରେ ଗୁରୁବାର ଅବତରଣ କରିଛି। ଅବତରଣ ପୂର୍ବରୁ କ୍ୟାପ୍‌ସୁଲ ନିଜ କକ୍ଷପକ୍ଷରୁ ଅଲଗା ହୋଇ ପୃଥିବୀରେ ପ୍ରବେଶ କରିଥିଲା।

ଚାଙ୍ଗ୍‌-ଇ-୫ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ ଦୁଇଟି ଡିସେମ୍ବର ୧ ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା ​​ଏବଂ ସେମାନେ ପ୍ରାୟ ୨ କିଲୋଗ୍ରାମ ନମୁନା ଖନନ କରି ସଂଗ୍ରହ କରିଥିଲେ। ଏହି ନମୁନାଗୁଡିକ ସିଲ୍ ପାତ୍ରରେ ରଖାଯାଇ ରିଟର୍ନ ମଡ୍ୟୁଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚାଙ୍ଗ୍‌-ଇ-୫  ହେଉଛି ଚାଇନାର ତୃତୀୟ ଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି।

- Advertisement -

ଚୀନ୍‌ର ମହତ୍ଵାକାଂକ୍ଷୀ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେବା ଲାଗି ଏହା ଏକ ନୂଆ ଅଭିଯାନ ଥିଲା। ଏହି ଅଭିଯାନର ଏକ ଅଂଶ ଭାବରେ ପଠାଯାଇଥିବା ଚାଙ୍ଗ୍‌-ଇ-୪ ଚନ୍ଦ୍ରର ଦୂରବର୍ତ୍ତୀ ଅଞ୍ଚଳରେ ପହଞ୍ଚିଥିବା ପ୍ରଥମ ଯାନ ଥିଲା। ଏହାପୂର୍ବରୁ ସୋଭିଏଟ୍‌ ୟୁନିୟନ ଦ୍ବାରା ପଠାଯାଇଥିବା ମହାକାଶ ଯାନ ଲୁନା-୨୪ ଜରିଆରେ ସୋଭିଏଟ୍‌ ବୈଜ୍ଞାନିକମାନେ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବାରେ ସଫଳ ହୋଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories