www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମରେ ଦୋଳି ଖେଳକୁ ନାଁ, ଜିଲ୍ଲାପାଳ ଜାରି କଲେ କଟକଣା

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ନିୟନ୍ତ୍ରଣ ଅଭିଯାନ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ହୋଇଛି। ରାଜ୍ୟର ଅନ୍ୟତମ ଉପକୂଳିଆ ତଥା ଦକ୍ଷିଣ ସୀମାନ୍ତରେ ଥିବା ଏହି ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ସବୁ ଜିଲ୍ଲାଠାରୁ ଆଗୁଆ ରହିଛି। ରେଡ଼ଜୋନ ଭୁକ୍ତ ହୋଇଥିବା ଏହି ଜିଲ୍ଲାରେ ଚଳିତ ବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ରଜ ଉପଲକ୍ଷେ ଦୋଳି ଖେଳ, ଉତ୍ସବ, ସମାବେଶ, ପାରମ୍ପରିକ ଖେଳ କୁଦ ଇତ୍ୟାଦି ଆୟୋଜନକୁ ବାରଣ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ।

ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦୋକାନ ବଜାର ରଜ ଉପଲକ୍ଷେ ରାତି ୧୦ ଘଣ୍ଟା ଯାଏଁ ଖୋଲା ରହିବାକୁ ଥିଲା। ତେବେ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ପରେ ରଜ ପାଳନର ଆବେଗ ଲୋକଙ୍କଠାରେ ମଉଳି ଯାଇଛି। ପୋଷାକ ପତ୍ର ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ପୂର୍ବାହ୍ନ ୭ ଘଣ୍ଟା ଠାରୁ ରାତି ୭ ଘଣ୍ଟା ଯାଏଁ ଖୋଲା ରହିବ। ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ବଜାର ପୂର୍ବାହ୍ନ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଟା ଯାଏଁ ଖୋଲା ରଖାଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories