www.samajalive.in
Saturday, December 6, 2025
16.1 C
Bhubaneswar

କୋକା-କୋଲା, ଥମ୍ପ୍‌ସ ଅପ୍‌ ବିକ୍ରି ନିଷେଧ ପାଇଁ ପିଟିଶନ ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ମୃଦୁ ପାନୀୟ କୋକା-କୋଲା ଓ ଥମ୍ପ୍‌ସ ଅପ୍‌ ବିକ୍ରି ଏବଂ ବ୍ୟବହାର ନିଷେଧ କରିବା ଲାଗି ନିର୍ଦେଶ ଦେବାକୁ ଦାଖଲ ହୋଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଦୁଇଟି ମୃଦୁ ପାନୀୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଦର୍ଶାଇ ଜଣେ ସାମାଜିକ କର୍ମୀ ଏହି ପିଟିଶନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେବା ସହିତ ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି।

ବଜାରରେ ଅନେକ ବ୍ରାଣ୍ଡ୍‌ର ମୃଦୁ ପାନୀୟ ଥିବାବେଳେ ଆବେଦନକାରୀ କାହିଁକି କେବଳ ଏହି ଦୁଇଟି ନିର୍ଦ୍ଦିଷ୍ଟ ମୃଦୁ ପାନୀୟକୁ ଟାର୍ଗେଟ କରି ପିଟିଶନ ଦାଖଲ କରିଛନ୍ତି ଏବଂ ତାଙ୍କ ଧାରଣାର ଉତ୍ସ କ’ଣ ତାହା ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ଅବଗତ କରିବାରେ ବିଫଳ ହେବାରୁ ଏହି ଜରିମାନା ଲାଗୁ କରାଯାଇଛି। ଜରିମାନା ଅର୍ଥ ୧ ମାସ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେବା ସହିତ ତାହାକୁ ସୁପ୍ରିମକୋର୍ଟ ଆଡଭୋକେଟ୍‌ସ-ଅନ୍‌ ରେକର୍ଡ ଆସୋସିଏଶନକୁ ପ୍ରଦାନ କରିବାକୁ କହିଛନ୍ତି। ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆବେଦନକାରୀ ଉମେଦସିନ୍‌ ପି. ଚାଭଡ଼ା ତାଙ୍କ ପିଟିଶନ ଜରିଆରେ ସମ୍ବିଧାନର ଧାରା ୩୨ ଅନୁଯାୟୀ କୋର୍ଟର ଅଧିକାରକୁ ଚ୍ୟାଲେଞ୍ଜ କରିଛନ୍ତି, ଯାହା ଆଇନ ପ୍ରକ୍ରିୟାର ଅପବ୍ୟବହାର ବୋଲି ଜଣାପଡ଼ିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories