www.samajalive.in
Saturday, December 6, 2025
15.1 C
Bhubaneswar

ଜୁନ ୧୫ରୁ ଲାଗୁ ହେବନି ସମ୍ପୂର୍ଣ୍ଣ ଲକ୍‌ଡାଉନ; ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗାମୀ ୧୫ ତାରିଖରୁ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଏକ ହିନ୍ଦୀ ଚ୍ୟାନେଲର ବ୍ରେକିଂ ନ୍ୟୁଜ ସ୍କ୍ରିନ ଶଟ୍‌ ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। କିନ୍ତୁ ଏହା ମିଥ୍ୟା ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପିଆଇବି ଫ୍ୟାକ୍ଟ ଚେକ୍‌ ଦ୍ବାରା ଏ ନେଇ ଦେଶବାସୀଙ୍କୁ ଅବଗତ କରାଯାଇଛି। ଏହା ମିଥ୍ୟା ବୋଲି ପିଆଇବି ଫ୍ୟାକ୍ଟ ଚେକ୍‌ରେ କୁହାଯାଇଛି।

ପିଆଇବି ଫ୍ୟାକ୍ଟ ଚେକ୍‌ରେ କୁହାଯାଇଛି ଯେ, ସୋସିଆଲ ମିଡିଆରେ ପ୍ରଚାରିତ ଏକ ଫଟୋରେ ଗୃହମନ୍ତ୍ରଣାଳୟ ଜୁନ ୧୫ରୁ ଟ୍ରେନ ଏବଂ ବିମାନ ସେବା ଉପରେ କଟକଣା ଜାରି କରିବା ସହିତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିପାରେ ବୋଲି ଉଲ୍ଲେଖ ରହିଛି। ଏହା ମିଥ୍ୟା। ଏପରି ଭୁଲ୍‌ ତଥ୍ୟ ଏବଂ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories