www.samajalive.in
Saturday, December 6, 2025
16.1 C
Bhubaneswar

ମାନସିକ ଦୁଶ୍ଚିତାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ବହୁବାର ଏପରି ଦେଖାଯାଏ, ମନ ଅଧିକ ବ୍ୟତିବ୍ୟସ୍ତ ହେବା ସହ ମାନସିକ ଦୁଶ୍ଚିତା ଲାଗି ରହିଥାଏ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ସମୟରେ ଚିନ୍ତା ବଢିଯାଇଥାଏ। ଏଭଳି ସମସ୍ୟା ଲାଗି ରହୁଥିଲେ କିଛି ସହଜ ଉପାୟ ଆପଣେଇବା ଦ୍ୱାରା, ଏଥିରୁ ମୁକ୍ତି ମିଳିଥାଏ। ଜାଣନ୍ତୁ …….
– ଘରେ ନିତିଦିନ ସକାଳେ ସନ୍ଧ୍ୟାରେ ପୂଜାର୍ଚ୍ଚନା କରନ୍ତୁ ଓ କର୍ପୂର ଜଳାନ୍ତୁ।
– ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ନିଶ୍ଚୟ ପୂଜା କରନ୍ତୁ। ପ୍ରଭୁଙ୍କ ମନ୍ଦିରକୁ ଯାଇ ତେଲର ଦୀପ ଲଗାନ୍ତୁ। ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
– ଘରର ଛାତରେ ଲାଲ ରଙ୍ଗର ପତାକା ଲଗାନ୍ତୁ। ଏହା ଦ୍ୱାରା ସମସ୍ତ ଅନିଷ୍ଟ ଦୂର ହୋଇଥାଏ ବୋଲି କୁହାଯାଏ।
– ଘରୁ ବାହାରକୁ ଯିବା ସମୟରେ ମୁଖ୍ୟ ଦ୍ୱାରରେ ଥିବା ପ୍ରଭୁ ଗଣେଶଙ୍କ ଫଟୋକୁ ପ୍ରଣାମ କରନ୍ତୁ।

– ଘରୁ ବାହାରକୁ ଯିବା ସମୟରେ ନକରାତ୍ମକ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ।
– ନଦୀ, ଜଳ , ଅଗ୍ନିଙ୍କ ପ୍ରତି ନକରାତ୍ମକ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ।
– ଘରୁ ବାହାରକୁ ଯିବା ସମୟରେ ଭଗବାନଙ୍କୁ ପ୍ରଣାମ କରି ସକରାତ୍ମକ ଚିନ୍ତା କରି ହିଁ ଯାଆନ୍ତୁ।
– ଘରର ମୁଖ୍ୟ ଦ୍ୱାର ନିକଟରେ ତୁଳସୀ ବୃକ୍ଷ ରଖନ୍ତୁ। ନିୟମିତ ତୁଳସୀଙ୍କୁ ପୂଜା କରନ୍ତୁ।
– ଶୟନ କକ୍ଷରେ ଶୋଇବା ସମୟରେ ଘରର ମୁଖ୍ୟ ଦ୍ୱାର ଆଡ଼କୁ ପାଦ କରି ଶୁଅନ୍ତୁ ନାହିଁ।
– ପକ୍ଷୀଙ୍କୁ ଲାଲ ମସୁର ଡ଼ାଲି ଖାଇବାକୁ ଦିଅନ୍ତୁ।
– ଘରର ଛାତକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories