www.samajalive.in
Saturday, December 13, 2025
23.1 C
Bhubaneswar

ପେଟରେ ଟ୍ୟୁମର: କଅଁଳ ବୟସରେ ଦୁଇ ଭାଇଙ୍କ ଦାୟିତ୍ବ

ଭୁବନେଶ୍ବର: ଜେମା ଛତର, ବୟସ ୧୫ ବର୍ଷର ଆଦିବାସୀ ସମ୍ପ୍ରଦାୟର ବାପାମାଆ ଛେଉଣ୍ଡ ଝିଅଟିଏ। ମଞ୍ଚେଶ୍ବର ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ଦୁଇ ଭାଇଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବା ସ୍ବପ୍ନ ରଖିଛି ଜେମା। ତେବେ କରୋନା କଟକଣା ଜେମାଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଯେଉଁ ଅଳ୍ପକିଛି ଟଙ୍କା ରୋଜଗାର କରୁଥିଲା ତାହା ମଧ୍ୟ ବନ୍ଦ ହୋଇଯାଇଛି। ଅପରପକ୍ଷରେ ଜେମାର ପେଟରେ ୭ଟି ଟ୍ୟୁମର୍‌, ଯାହା ଅସ୍ତ୍ରପଚାର ଦ୍ବାରା ଭଲ ହୋଇପାରିବ, ତେବେ ଏଥିପାଇଁ ସମ୍ବଳ ମଧ୍ୟ ନାହିଁ। କରୋନା କଟକଣା ଜାରି ହେବା ଦିନଠାରୁ ଦୁଇଭାଇଙ୍କ ସହ ଜେମା ଅତି ଦୁଃଖକଷ୍ଟରେ ଜୀବନ କାଳିତପାତ କରୁଛି। ପେଟରେ ଟ୍ୟୁମର୍‌ ଥିବାସତ୍ତ୍ବେ କଅଁଳ ବୟସରେ ଦୁଇ ଭାଇଙ୍କ ଲାଳନ ପାଳନର ଦାୟିତ୍ବ ନିର୍ବାହ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ମାସିକ ୨୦୦୦ଟଙ୍କା ରୋଜଗାର କରିଥାଏ, ଯେଉଁଥିରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇମାନେ ପାଠ ପଢୁଛନ୍ତି। ଭାଗ୍ୟର ବିଡମ୍ବନା, ଜେମାର ପେଟରେ ୭ଟି ଟ୍ୟୁମର, ଅପରେସନ ପାଇଁ ଟଙ୍କାଟିଏ ନାହିଁ କି କୌଣସି ସହାୟତା ବି ନାହିଁ। ଏବେ ଜେମାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସ୍ବେଚ୍ଛାସେବୀ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟମା ୟୁଥ୍‌ କ୍ଲବ୍। ଏହି ଦୁଇ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ମିଳିତ ଭାବେ ଜେମାକୁ ଭେଟି ଖାଇବା ପାଇଁ ଚାଉଳ, ଡାଲି, ଅଟା, ସୋରିଷ ତେଲ,ବିସ୍କୁଟ,ସୁଜି,ଲୁଣ, ସୋୟାବିନ ବଡି, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ , ଆଳୁ, ପିଆଜ, ଚକୋଲେଟ୍ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହିତ ଜେମାର ଟ୍ୟୁମର ଅପରେସନ ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇ ସାମାଜିକ ଦାୟିତ୍ବ ନିର୍ବାହ କରିଛନ୍ତି। ଆଗାମୀ ଦିନରେ ଜେମା ଓ ଭାଇର ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ସୁଶାନ୍ତ ମୁଦୁଲି, ଲୋକେଶ, ସର୍ବଜିତ୍ ସାହୁ,ସନ୍ତୋଷ ସାହୁ, ସୋମ, ବିଲ ଓ ସମାଜସବୀ ନୂରହସନ୍ ପ୍ରମୁଖ ସହାୟତାର ହାତ ବଢ଼ାଇଛନ୍ତି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories