www.samajalive.in
Wednesday, December 10, 2025
14.1 C
Bhubaneswar

ରକ୍ତ ଅଭାବ ଦୂର କରିବାକୁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ୍ ପୁଲିସର ମିଳିତ ପ୍ରୟାସ

ଭୁବନେଶ୍ୱର: ବିଶ୍ଵରେ କରୋନା ମହାମାରୀ ଦେଖା ଦେଇଥିବାରୁ ବର୍ତ୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ୍ ପୁଲିସର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମାନ୍ୟବର ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଫିଲୋସଫିର ‘ଆର୍ଟ ଅଫ ଗିଭିଙ୍ଗ’ ମାଧ୍ୟମରେ ପଟିଆ ନିକଟସ୍ଥ ଡଲଫିନ୍ ଗାର୍ଡେନଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

- Advertisement -

ଏଥିରେ ମୁଖ୍ୟ ଅତିଥି ଭାବେ ଏସିପି ଲଳିତେନ୍ଦୁ ମହାନ୍ତି ଓ ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ସ୍ବାଇଁ ପରିଚାଳନା କରିବା ସହ ରକ୍ତଦାନ କରିବାକୁ ଆସିଥିବା ୩୧ ଜଣ ବ୍ୟକ୍ତିଙ୍କୁ ସାନିଟାଇଜ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରିବା ସହ ଟ୍ରଷ୍ଟର ଅଜିତ ସାମନ୍ତରାୟ, କାଳନ୍ଦୀ ଦାସ, ଜ୍ୟୋତିରଞ୍ଜନ ସାହୁ, ନିରଞ୍ଜନ ସାହୁ, ସୁକେଶ ମହାନ୍ତି, ଲିପନ ବାରିକ, ସନ୍ଦୀପ ଲେଙ୍କା, ପୁଷ୍ପଲତା ସାହୁ, ପଲ୍ଲୀଶ୍ରୀ ଟୁଡୁ, ଚନ୍ଦ୍ରରାଜ ମହାରଣା, ସୌମ୍ୟରଞ୍ଜନ ଜେନା, ପବିତ୍ର ବେହେରା, ଆଶୀର୍ବାଦ ପରିଡ଼ା, ବିକ୍ରମ ମଲ୍ଲିକ, ବବଲୁ ମାଣିକ, ସାଧନ ସ୍ବାଇଁ ଓ ହେମବନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

 

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories