www.samajalive.in
Thursday, December 11, 2025
18.1 C
Bhubaneswar

ଠିକ ଭାବେ ହେଉନି ରାସ୍ତା ମରାମତି

ବଙ୍ଗୋମୁଣ୍ଡା: ପ୍ରଧାନମନ୍ତ୍ରୀ ସଡକ ରାସ୍ତା ନିର୍ମାଣ ହେବା ପରଠାରୁ ମରାମତି ହୋଇ ନଥିବା ନେଇ ‘ସମାଜ’ ଖବରକାଗଜରେ ଗତ ମେ’ ୨୫ ତାରିଖରେ ‘ମରାମତି ହେଉନି ଗୋଇମୁଣ୍ଡ ପ୍ରଧାନମନ୍ତ୍ରୀ ସଡକ’ ଶୀର୍ଷକରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବାର ୩/୪ ଦିନ ପରେ ରାସ୍ତା ପାର୍ଶ୍ବର କେତେକ ସ୍ଥାନରେ ମୁରୁମ ପକାଇ ମରାମତି କରାଯାଇଥିଲା।

ସୂଚନା ଯୋଗ୍ୟ ବଙ୍ଗୋମୁଣ୍ଡା ୫୯ ନଂ ଜାତୀୟ ରାଜପଥରୁ ଗୋଇମୁଣ୍ଡ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୪/୫ ବର୍ଷ ପୂର୍ବରୁ ଏହି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ମରାମତି ନ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବର୍ଷ ବର୍ଷ ଧରି ଲଟାବୁଦା ଦେଖିବାକୁ ମିଲିଥିଲା ଯେଉଁଠି ପାଇଁ ରାସ୍ତା ସଂକୀର୍ଣ୍ଣ ହୋଇପଡିଛି। ଖବର ପ୍ରକାଶିତ ହେବା ପରେ ମରାମତି କାମ ଆରମ୍ଭ ହୋଇଥିଲା। କେବଳ ରାସ୍ତା ପାର୍ଶ୍ବର କେତେକ ସ୍ଥାନରେ ମୁରୁମ ବିଛାଯାଇଥିବା ବେଳେ ରାସ୍ତା ପାର୍ଶ୍ବରେ ରହିଥିବା ଲଟାବୁଦା ସଫା କରାଯାଇନାହିଁ। ଏପରିକି ଗୋଟିଏ ଦିନ ନାମକୁ ମାତ୍ର ମରାମତି କାମ କରିଦେଇ ସପ୍ତାହେରୁ ଊର୍ଦ୍ଧ୍ବ ହେବ କାମ ବନ୍ଦ ରହିଥିବାରୁ ଠିକାଦାର ମରାମତି କରିବ କି ନାହିଁ ସେ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ନାମକୁ ମାତ୍ର ମରାମତି କାମ ଆରମ୍ଭ କରି ବିଲ ଉଠାଣ ପାଇଁ ଚକ୍ରାନ୍ତ କରୁଥିବା ଆଲୋଚନା ହେବା ପରେ ରାସ୍ତାର ଦୁରାବସ୍ଥା ସୁଧୁରିବ କି ନାହିଁ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories