www.samajalive.in
Monday, December 8, 2025
14.1 C
Bhubaneswar

ବଲାଙ୍ଗିର ଡବଲ ମର୍ଡର ଘଟଣା, ହତ୍ୟାକାରୀ ପୁତୁରା ଗିରଫ

ବଙ୍ଗୋମୁଣ୍ଡା: ଜମିବାଡି ବିବାଦକୁ କେନ୍ଦ୍ର କରି ନିଜ କାକା ଓ କାକିକୁ ନିର୍ମମ ଭାବେ ହତ୍ୟା କରିଥିବା ପୁତୁରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ୫ ତାରିଖ ରାତି ୮ଟା ସମୟରେ ସଂଘଟିତ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁତୁରାକୁ ପୁଲିସ ଗିରଫ କରିଛି।

ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡା ଗ୍ରାମରେ ଘଟିଯାଇଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପୁତୁରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଲନୀରେ ଏସଡିପିଓ ସରୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗତ ୫ ତାରିଖ ରାତି ୮ଟା ସମୟରେ କୁଟ୍ରାବେଡା ଗ୍ରାମର ସ୍କୁଲ ସମ୍ମୁଖସ୍ଥ ରାସ୍ତା ପାର୍ଶ୍ବରେ ତ୍ରିଲୋଚନ ନାଗ ତାସ ଖେଳ ଦେଖୁଥିଲେ। ସେହି ସମୟରେ ପୁତୁରା କୁଶଧ୍ୱଜ ନାଗ ଏକ ବିନ୍ଧାଣୀ ଧରି ପାଖକୁ ଯାଇ ଅତର୍କିତ ଭାବେ ତ୍ରିଲୋଚନ ନାଗକୁ ଆକ୍ରମଣ କରିଥିଲା। ସ୍ୱାମୀଙ୍କୁ ଆକ୍ରମଣ କରୁଥିବା ଦେଖି ସ୍ତ୍ରୀ ସୀମା ନାଗ ଧାଇଁ ଯାଇ ଛଡାଇବାକୁ ଚେଷ୍ଟା କରିଥିଲା। ସେଠାରେ ଦୁଇ ଜଣଙ୍କୁ ନିର୍ମମ ସେ ଭାବେ ବିନ୍ଧାଣୀରେ ଚୋଟ ମାରି ହତ୍ୟା କରିଥିଲା। ବାପା ମାଆଙ୍କୁ ଆକ୍ରମଣ କରୁଥିବା ଦେଖି ଛଡାଇବାକୁ ଯାଇ ଝିଅ ଝୁମି ନାଗ(୧୪) ଆହତ ହୋଇଥିବା ବେଳେ ଅଲ୍ପକେ ବର୍ତ୍ତି ଯାଇଛି। ଦୁଇ ଜଣଙ୍କୁ ହତ୍ୟା କଲା ପରେ ଘୋଷାଡି ଘୋଷାଡି ନେଇ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା। ଜମିବାଡି ବିବାଦକୁ କେନ୍ଦ୍ର କରି ଏଭଳି ଏକ ଡବଲ ମର୍ଡର ଘଟଣା ଘଟିଯାଇଥିବା ପୋଲିସ ସୂଚନା ଦେଇଛି। କୁଶଧ୍ୱଜ ନାଗ ଏହି ହତ୍ୟାକାଣ୍ଡ ଭିଆଇଥିବା ବେଳେ ଅନ୍ୟ କାହାର ସଂପୃକ୍ତି ରହିନଥିବା ପୋଲିସ ସୂଚନା ଦେଇଛି। ବଙ୍ଗୋମୁଣ୍ଡା ଥାନାରେ କେସ ନଂ ୭୩/୨୦ ରେ ହତ୍ୟା ମାମଲା ରୁଜ୍ଜୁ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories