www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତ ସହ ସୀମା ବିବାଦ : ଆଲୋଚନା ପାଇଁ ନେପାଳ ଆଗ୍ରହୀ

କାଠମାଣ୍ଡୁ : ନୂଆ ମାନଚିତ୍ର ପ୍ରକାଶନକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ସମ୍ପର୍କରେ ଭାରତ ସହିତ ଆଲୋଚନା ପାଇଁ ଇଚ୍ଛାବ୍ୟକ୍ତ କରିଛି ନେପାଳ। ଆଲୋଚନାରେ ବିବାଦର ସମାଧାନ ହେବ ବୋଲି ନେପାଳ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି। ଆନ୍ତର୍ଜାତିକ ମାନଚିତ୍ର ଏକଚାଟିଆ ଭାବେ ପ୍ରକାଶ କରିବା ପରିବର୍ତ୍ତେ ଆପୋଷ ବୁଝାମଣା ଭିତ୍ତିରେ ହେବା ଉଚିତ। ଏହାଦ୍ାରା କୌଣସି ବିବାଦ ରହିବ ନାହିଁ। ସାମ୍ପ୍ରତିକ ବିବାଦର ସମାଧାନ ନେଇ ପ୍ରଥମେ ଉଭୟ ଦେଶର ବୈଦେଶିକ ସଚିବସ୍ତରୀୟ ଆଲୋଚନା ହେବା ଉଚିତ ବୋଲି ନେପାଳ ପ୍ରସ୍ତାବ ରଖିଛି; କିନ୍ତୁ ନୂଆଦିଲ୍ଲୀକୁ ଏ ନେଇ ବିଧିବଦ୍ଧ ତାରିଖ ଦେଇନାହିଁ। ଭାରତ ସରକାର ଏହା ଉପରେ ପ୍ରତିକ୍ରିୟା ରଖିବା ପର୍ଯ୍ୟନ୍ତ କାଠମାଣ୍ଡୁ ଅପେକ୍ଷା କରିବ ବୋଲି ସେ କହିଛନ୍ତି। ଉଭୟ ଦେଶ ସମୟାନୁସାରେ ମାନଚିତ୍ର ସଂଶୋଧନ କରୁଥିବାରୁ ଏହି ବିବାଦର ସମାଧାନ ପରେ ଚୂଡ଼ାନ୍ତ ମାନଚିତ୍ର ପ୍ରକାଶ କରିବାକୁ ନେପାଳ ସରକାର ମନସ୍ଥ କରିଛନ୍ତି। ଗତ ମାସରେ ନେପାଳ ପ୍ରକାଶ କରିଥିବା ନୂଆ ମାନଚିତ୍ରରେ ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡ ଅନ୍ତର୍ଗତ ଲିପୁଲେଖ, କଳାପାଣି ଓ ଲିମ୍ପିଆଦୁରାକୁ ନିଜର ବୋଲି ଦର୍ଶାଇଛି। ଏହି ମାନଚିତ୍ର ମାମଲା ଏବେ ନେପାଳ ପାର୍ଲାମେଣ୍ଟର ଅନୁମୋଦନକୁ ଅପେକ୍ଷା କରିଛି। ଏଥିରେ କଳାପାଣିକୁ ନିଜର ବୋଲି ଦର୍ଶାଯାଇଥିଲା; ଯାହାକୁ ନେପାଳ ନିଜର ବୋଲି ପୂର୍ବରୁ ଦାବି କରିଆସୁଛି। ୨୦୧୪ରୁ ଅଦ୍ୟାବଧି ସୀମା ସମସ୍ୟା ନେଇ ଉଭୟ ରାଷ୍ଟ୍ର ମଧ୍ୟରେ କୌଣସି ବୈଠକ ଆହ୍ବାନ କରାଯାଇ ନାହିଁ। ଏହି ପରିପ୍ରେକ୍ଷୀରେ ବିବାଦର ସମାଧାନ ପାଇଁ ବହୁବିଧ ରାସ୍ତା ଉନ୍ମୁକ୍ତ ରହିଥିବା ସେ କହିଛନ୍ତି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories