ନୂଆଦିଲ୍ଲୀ : ୨୦୧୯ କ୍ରିକେଟ୍ ବିଶ୍ବକପ୍ରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ରେ ଭାରତକୁ ଜିତାଇବାକୁ ବ୍ୟାଟିଂ କରୁଥିବା ମହେନ୍ଦ୍ର ସିଂହ ଧୋନି ଆଦୌ ଉଦ୍ୟମ କରିନଥିଲେ ବୋଲି କେତେକ ମହଲରେ ମତପ୍ରକାଶ ପାଇଥିଲା।
ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ନିଜ ପୁସ୍ତକରେ ଧୋନି ଭାରତକୁ ବିଜୟୀ କରାଇବାକୁ ଉଦ୍ୟମ କରିନଥିବା ଦର୍ଶାଇଥିବା ବେଳେ ପାକିସ୍ତାନର କେତେକ ପୂର୍ବତନ କ୍ରିକେଟର୍ ମଧ୍ୟ ଭାରତୀୟ ଦଳ ଜାଣିଶୁଣି ମ୍ୟାଚ୍ ହାରିଥିଲା ବୋଲି ମତ ଦେଇଥିଲେ। ତେବେ ଶନିବାର ଧୋନିଙ୍କ ସପକ୍ଷରେ ମତ ଦେଇଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ମାଇକେଲ୍ ହୋଲଡିଂ। ଧୋନି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତକୁ ବିଜୟୀ କରାଇବାକୁ ଉଦ୍ୟମ କରିଥିଲେ ବୋଲି ହୋଲଡିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଧୋନିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କଲେ ହୋଲଡିଂ
Popular Categories



