www.samajalive.in
Wednesday, December 10, 2025
26.1 C
Bhubaneswar

ୟୁଏସ୍‌ ଓପନ୍ ଆୟୋଜନ କଷ୍ଟକର : ଜୋକୋଭିକ୍‌

ବେଲଗ୍ରେଡ୍‌ : ଆସନ୍ତା ଅଗଷ୍ଟରେ ଆମେରିକାରେ ଆୟୋଜିତ ହେବାକୁ ଥିବା ୟୁଏସ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ ସମୟରେ ଖେଳାଯିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ତାରକା ପୁରୁଷ ଟେନିସ୍‌ ଖେଳାଳି ନୋଭାକ୍ ଜୋକୋଭିକ୍‌।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଜୋକୋଭିକ୍ କହିଥିଲେ ଆମେରିକାର ନ୍ୟୁୟର୍କରେ କରୋନା ସଂକ୍ରମଣକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ସେଠାରେ ୟୁଏସ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ରହିଛି। କିଛିଦିନ ତଳେ ସେ ବିଶ୍ବ ଟେନିସ୍‌ ମହାସଂଘର କେତେକ ଅଧିକାରୀଙ୍କ ସହ ଟେଲିଫୋନ୍‌ ଯୋଗେ ଆଲୋଚନା କରିଥିଲେ। ଟେନିସ୍‌ର ଭବିଷ୍ୟତ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ଯଦି ଅଗଷ୍ଟରେ ୟୁଏସ୍‌ ଓପନ୍‌ ଚମ୍ପିଆନ୍‌ସିପ ଆୟୋଜିତ ହୁଏ ତେବେ କେତେକ ନିୟମ ଖେଳାଳିଙ୍କୁ ମାନିବାକୁ ପଡ଼ିବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ। ୟୁଏସ୍‌ ଓପନ ଆୟୋଜନକାରୀ ଯେଉଁ ସବୁ ନିୟମ ଜାରି କରିଛନ୍ତି ତାହାକୁ ମାନି ଖେଳିବା ଯେକୌଣସି ଖେଳାଳିଙ୍କ ନିମନ୍ତେ ବେଶ୍‌ କଷ୍ଟକର।
ଆ​‌େ​ୟାଜକଙ୍କ ତରଫରୁ ଜାରି ନିୟମ ଅନୁଯାୟୀ ଖେଳାଳିଙ୍କୁ ବିମାନବନ୍ଦର ନିକଟରେ ଥିବା ହୋଟେଲରେ ରହିବାକୁ ପଡ଼ିବ, ସପ୍ତାହକୁ ୨/୩ଥର ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବ। ଟେନିସ୍‌ କୋର୍ଟ ପରିସରକୁ ଖେଳାଳି ଜଣେ ମାତ୍ର ସହାୟକଙ୍କୁ ନେଇ ଯାଇ ପାରିବେ। ଜଣେ ଟେନିସ୍‌ ଖେଳାଳିଙ୍କ ନିମନ୍ତେ ପ୍ରଶିକ୍ଷକ, ଫିଟନେସ୍‌ ଟ୍ରେନର୍‌ ଓ ଫିଜିଓଙ୍କ ଉପସ୍ଥିତି ନିହାତି ଆବଶ୍ୟକ ହୋଇଥିବାରୁ ଏସବୁ ନିୟମ ମାନିବା ଖେଳାଳିଙ୍କ ନିମନ୍ତେ ବେଶ୍‌ କଷ୍ଟକର ବୋଲି ଜୋକୋଭିକ୍‌ ସ୍ପଷ୍ଟ କରି ଦେଇଛନ୍ତି। ୟୁଏସ୍‌ ଓପନ୍‌ ବାତିଲ କିମ୍ବା ସ୍ଥଗିତ ରହିଲେ ଆୟୋଜକ ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଥିବାରୁ ସେମାନେ ଯେନତେନ ପ୍ରକାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଲାଗି ପଡ଼ିଛନ୍ତି। ଅଗଷ୍ଟ ବେଳକୁ କରୋନା ସଂକ୍ରମଣକୁ ନେଇ ସ୍ଥିତି କ’ଣ ଥିବ ଏବଂ ସେହି ସ୍ଥିତିରେ ୟୁଏସ୍‌ ଓପନ୍‌ ଖେଳାଯାଇ ପାରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ଜୋକୋଭିକ୍‌ ସ୍ପଷ୍ଟ କରି ଦେଇଛନ୍ତି।
ସୂଚନାଥାଉକି କିଛିଦିନ ତଳେ ଅନ୍ୟତମ ତାରକା ଟେନିସ୍‌ ଖେଳାଳି ସ୍ପେନର ନାଦାଲ୍‌ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ୟୁଏସ୍‌ ଓପନ୍‌ ଆୟୋଜନ ନେଇ ଆଶଙ୍କାବ୍ୟକ୍ତ କରିଥିଲେ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories