www.samajalive.in
Friday, December 12, 2025
15.1 C
Bhubaneswar

ପ୍ରକୃତିର ରକ୍ଷା ପାଇଁ ଓଡ଼ିଶା ପାଇକ ସଂଘ ପକ୍ଷରୁ ‘ସବୁଜ ବିପ୍ଲବ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର:ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାସଂଘ ରାଜ୍ୟ ସଭାପତି କହିଥିଲେ ଯେଉଁ ପାଇକମାନେ ଇଂରେଜ ବିରୋଧରେ ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ପାଇଁ ଢାଲ, ତରବାରୀ ହାତରେ ଧରି ମା’ମାଟି ପାଇଁ ଲଢ଼େଇ କରିଥିଲେ ଠିକ୍‍ ଆଜି ପରିବେଶର ସୁରକ୍ଷା ପାଇଁ ପୁଣିଥରେ ପାଇକବାହିନୀ ହାତରେ ଗଛ ଲଗାଇ ପ୍ରକୃତିର ରକ୍ଷା କରିବା ‘ସବୁଜ ବିପ୍ଲବ’ ଆରମ୍ଭ କରିବ। ଆଗାମୀ ଦିନରେ ଓଡ଼ିଶାକୁ ସବୁଜିମାମୟ ପରିବେଶରେ ପରିଣତ କରିବା ଲକ୍ଷ୍ୟ ନେଇ ‘ସବୁଜ ବିପ୍ଲବ’ ଅଭିଯାନ ମାଧ୍ୟମରେ ସାରା ରାଜ୍ୟରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଜାରି ରଖିବ। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ପାତ୍ରପଡ଼ାଠାରେ ‘ସବୁଜ ବିପ୍ଲବ’ର ଶୁଭାରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲା ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ରାଜସ୍ୱ ନୀରିକ୍ଷକଙ୍କ କାର୍ୟ୍ୟାଳୟ ପରିସରରେ ଚାରା ରୋପଣ କରି ନିଜର ଜନ୍ମଦିନ ପାଳନ କରିଥିଲେ। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ପାଇକ ମହାରଣୀ ଅଜୟ ନାୟକ, ରାଜ୍ୟ ଉପଦେଷ୍ଟା ବିଭୂତି ସ୍ୱାଇଁ, ସମାଜସେବୀ ସମରଞ୍ଜନ ମହାନ୍ତି, ସାମ୍ବାଦିକ ରାଜୀବନ ନୟନ ରଥ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories