ବେଜିଂ : କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ଉହାନ ସହର ସଂକ୍ରମଣ ମୁକ୍ତ ହୋଇଛି। ଚିକିତ୍ସାଧୀନ ଥିବା ସହରର ଶେଷ ତିନି କରୋନା ସଂକ୍ରମିତ ଶୁକ୍ରବାର ହସ୍ପିଟାଲରୁ ମୁକ୍ତ (ଡିସଚାର୍ଜ) ହୋଇଛନ୍ତି। ଚୀନ ଜାତୀୟ ସ୍ବାସ୍ଥ୍ୟ କମସନ (ଏନଏଚସି)ଙ୍କ କହିବା ଅନୁଯାୟୀ ସହରରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ହୋଇଛି। ସହରର ୧କୋଟି ଲୋକଙ୍କର ସ୍ବାବ ପରୀକ୍ଷା କରାଯାଇଥିବାବେଳେ କାହା ଠାରେ ସଂକ୍ରମଣ ଦେଖାଯାଇ ନାହିଁ। ତେବେ ଚୀନର ବିଭିନ୍ନ ପ୍ରଦେଶରେ ମୋଟ ୬୬ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଏହା ସହିତ ଅନ୍ୟ ୨୯୭ ଲକ୍ଷଣ ନଥିବା ରୋଗୀଙ୍କୁ ନିରୀକ୍ଷଣରେ ରଖାଯାଇଛି। ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩,୦୨୭ରେ ସୀମିତ ଅଛି।
ସଂକ୍ରମଣ ଶୂନ୍ୟ ହେଲା ଉହାନ : ଶେଷ ତିନି ଆକ୍ରାନ୍ତ ଡାକ୍ତରଖାନାରୁ ମୁକ୍ତ
Popular Categories



