www.samajalive.in
Sunday, December 14, 2025
16.1 C
Bhubaneswar

ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଚିନ୍ତା: ବ୍ୟବହାର ହେବ ନାସା ଟେକ୍ନୋଲୋଜି, ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଥର୍ମାଲ ଇନ୍‌ଫ୍ରାରେଡ୍‌ କ୍ୟାମେରା

ୱାଶିଂଟନ୍‍: ଜୀବ ଜଗତରେ ମାନବକୁ ଶ୍ରେଷ୍ଠ ପ୍ରାଣୀରେ ମାନ୍ୟତା ଦିଆଯାଇଛି। ମାନବ ଜାତି ନିଜର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଥିବାରୁ ତାହା ଅନେକ ଜୀବଜନ୍ତୁଙ୍କ ପାଇଁ ବିପଦ ଆଣି ଦେଇଛି। ପରିବର୍ତ୍ତିତ ଜଳବାୟୁ ଓ ପାଣିପାଗରେ ନିଜକୁ ଖାପ ଖୁଆଇ ନ ପାରି ପରିସ୍ଥିତି ଏଭଳି ସୃଷ୍ଟି ହେଲାଣି ଯେ ସବୁଜିମାମୟ ପୃଥିବୀ ପୃଷ୍ଠରୁ ବହୁ ଦୁର୍ଲଭ ଓ ବିରଳ ବନ୍ୟପ୍ରାଣୀ ବିଲୁପ୍ତ ହୋଇଗଲେଣି ଏବଂ ଆଉ କିଛି ପ୍ରାଣୀ ବିଲୁପ୍ତି ପଥକୁ ଚାଲି ଆସିଛନ୍ତି। ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ଘଟୁଥିବାରୁ ଏବେ ଜଙ୍ଗଲରେ ଜୀବଜନ୍ତୁ ରହିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଅପରପକ୍ଷରେ ବିଭିନ୍ନ କାରଣରୁ ଜଙ୍ଗଲକୁ କାଟି ସଫା କରି ଦିଆଯାଉଛି ଏବଂ ବହୁ ଜଙ୍ଗଲି ଜୀବଜନ୍ତୁଙ୍କୁ ଶିକାର କରାଯାଉଛି। ଫଳରେ ଜଙ୍ଗଲରେ ପ୍ରତିଦିନ ଜୀବଜନ୍ତୁ ଓ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହି ଜଙ୍ଗଲୀ ଜୀବଜନ୍ତୁ ଓ ବିରଳ ପ୍ରାଣୀଙ୍କ ସୁରକ୍ଷା ଲାଗି ବିଶ୍ୱସ୍ତରରେ ଏକ ନୂଆ ଅଭିଯାନ ଆରମ୍ଭ କରାଯାଇଛି। ବିଲୁପ୍ତପ୍ରାୟ ଦୁର୍ଲଭ ଜୀବଙ୍କ ସୁରକ୍ଷା ଲାଗି ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି ଆମେରିକ ମହାକାଶ ଗବେଷଣା ସଂସ୍ଥାନ(ନାସା)। ମହାକାଶରେ ଛାୟାପଥ ଏବଂ ଗ୍ରହ ନକ୍ଷେତ୍ର ଉପରେ ନଜର ରଖୁଥିବା ନାସା ଟେକ୍ନୋଲୋଜି ଏବେ ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବାରେ ବ୍ୟବହାର କରାଯିବା ନେଇ ପଦକ୍ଷେପ ନିଆଯାଇଛି। ଭୁଗୋଳବିଜ୍ଞାନୀ ଏବଂ ପରିବେଶବିତ୍‍ଙ୍କ ସମନ୍ବୟରେ ଏହାକାର୍ୟ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

ସାଧାରଣତଃ ଶିକାରୀମାନେ ବନ୍ୟଜନ୍ତୁ ଶୀକାର କରିବାକୁ ରାତିରେ ଜଙ୍ଗଲକୁ ଯାଇଥାନ୍ତି। ସେମାନେ ଶିକାରୀମାନେ ରାତିର ଘନ ଅନ୍ଧାରରେ ବନ୍ୟପ୍ରାଣୀଙ୍କର ଶିକାର କରିଥାନ୍ତି। ତେବେ ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ଶିକାର ପାଇଁ ଯାଇଥିବା ଶିକାରୀଙ୍କୁ କାବୁ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଘଞ୍ଚ ଜଙ୍ଗଲ ଭିତରେ ନାସା ପକ୍ଷରୁ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ସ୍ୱତନ୍ତ୍ର ଡ୍ରୋନ୍‍ ବିମାନ ମୁତୟନ କରାଯିବ, ଯାହା ଜରିଆରେ ଶିକାରୀଙ୍କୁ କାବୁ କରିବାରେ ସହାୟକ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଇନ୍‍ଫ୍ରା-ରେଡ୍‍ ଥର୍ମାଲ୍‍ ଇମେଜିଂ ବ୍ୟବସ୍ଥା ବିଶିଷ୍ଟ ଏହି ଡ୍ରୋନ୍‌ରେ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବା ଏଆଇ) ବ୍ୟବସ୍ଥା ରହିବ। ଘନ ଅନ୍ଧକାର ରାତି ସମୟରେ ଜଙ୍ଗଲରେ ନଜର ରଖିବା ଲାଗି ଏହା ବେଶ୍‍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

- Advertisement -

ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଏହାକୁ ପରୀକ୍ଷାମୂଳକ ଭାବେ କାର୍ୟ୍ୟକାରୀ କରାଯାଇଛି। ବିଲୋପନର ଦ୍ୱାରରେ ଥିବା ଦକ୍ଷିଣ ଆଫ୍ରିକୀୟ ନଦୀକୂଳିଆ ଠେକୁଆଙ୍କ ସୁରକ୍ଷାରେ ଏହି ନାଇଟ୍‍ ଭିଜନ୍‍ ଡ୍ରୋନ୍‍ର ବ୍ୟବହାର ପରୀକ୍ଷାମୂଳକ ଭାବେ କରାଯାଇଥିଲା। ଏହାକୁ ଏବେ ଗଣ୍ଡା, ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର ରୋକିବା ଓ ବିରଳ ପ୍ରାଣୀଙ୍କ ସୁରକ୍ଷା ଦିଗରେ ବ୍ୟବହାର କରାଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଡ୍ରୋନ୍‌ରେ ବ୍ୟବସ୍ଥିତ ଏଆଇ ଟେକ୍ନୋଲୋଜି ଦୂରଦୂରାନ୍ତରେ ଥିବା ତାରକା, ବିଭନ୍ନ ମହାକାଶୀୟ ପିଣ୍ଡ, ଛାୟାପଥକୁ ଠାବ କରିବାରେ ସହାୟକ ହୋଇଥାଏ।  ବର୍ତ୍ତମାନ ଜଙ୍ଗଲରେ ବ୍ୟବହାର ହେବାକୁ ଥିବା ନାସା ଟେକ୍ନୋଲୋଜି ଡ୍ରୋନ୍‌ରେ ମଧ୍ୟ ଏହି ସମାନ ବ୍ୟବସ୍ଥା  କରାଯିବ। ଲିଭର୍‍ପୁଲ୍‍ ଜନ୍‍ ମୋରସ୍‍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏବଂ ଚେଷ୍ଟର ଚିଡ଼ିଆଖାନା ଓ ନୋଜ୍‍ଲେ ସଫଲରି ପାର୍କର ବିଶେଷଜ୍ଞମାନେ ଏହି ଏଆଇ ସଫ୍‍ଟୱେର୍‍ର ବ୍ୟବହାର ଦିଗରରେ କାର୍ୟ୍ୟ କରୁଛନ୍ତି। ସ୍ବତନ୍ତ୍ର ଡ୍ରୋନ୍‌ ଜରିଆରେ ହଜାର ହଜାର ଜୀବଜନ୍ତୁଙ୍କ ଫଟୋ ସେମାନେ ସଂଗ୍ରହ କରୁଛନ୍ତି। ବିଶ୍ୱବିଦ୍ୟାଳୟର ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଡ.କ୍ଲେର୍‍ ବୁର୍କ କହିଛନ୍ତି ଯେ ଥର୍ମାଲ୍‍ ଇନ୍‍ଫ୍ରାରେଡ୍‍ କ୍ୟାମେରା ଦ୍ୱାରା ସହଜରେ ଜଙ୍ଗଲରେ ଜୀବଜନ୍ତୁ ଦେଖିହେବ। ଦିନ ହେଉ ଅବା ରାତି ଅହରହ ସେମାନଙ୍କ ଶରୀରର ତାପମାତ୍ରା ଜରିଆରେ ଫଟୋ ନିଆଯାଇପାରିବ। ଏପରିକି ଗଛ କିମ୍ବା ପତ୍ର ଆଢୁଆଳରେ ଥିବା ଜୀବଜନ୍ତୁଙ୍କୁ ମଧ୍ୟ ଏହି ଡ୍ରୋନ୍‌ କ୍ୟାମେରା ସହାୟତାରେ ଦେଖାଯାଇପାରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories