www.samajalive.in
Friday, December 12, 2025
26.1 C
Bhubaneswar

ଶ୍ରୀ ଜଗନ୍ନାଥଙ୍କ ସେନାପଟା ଓ ବାହୁଟ ସେବା ପାଇଁ ସାକ୍ଷୀଗୋପାଳରୁ ପଠାଗଲା ବଉଳଗଛ

ସୁଆଣ୍ଡୋ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାପାଇଁ ମଙ୍ଗଳବାର ନିର୍ଜଳା ଏକାଦଶୀଦିନ ବଉଳ କାଠ ସାକ୍ଷୀଗୋପାଳରୁ ପଠାଯାଇଛି । କାହିଁ କେଉଁକାଳରୁ ପରମ୍ପରା ଅନୁସାରେ ବଉଳ କାଠ ପ୍ରତିବର୍ଷ ବଉଳକାଠଏଠାରୁ ଯାଇଥାଏ । ସାକ୍ଷୀଗୋପାଳ ହାଟସାହିର ହୃଷୀକେଶ ମହାନ୍ତିଙ୍କ ବଗିଚାରେ ଥିବା ବଉଳ ଗଛ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା। ସୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ରାରା ବୃକ୍ଷ ମୂଳ ସଂସ୍କାର ପୂଜା ହୋମ ଆଳତି କରାଯାଇ ସୁପରଭାଇଜର ସୁଦର୍ଶନ ମେକାପ ମହାପ୍ରଭୁଙ୍କ ଆଜ୍ଞାମାଳ ବୃକ୍ଷରେ ବାନ୍ଧିଥିଲେ। ଭୋଇ ସେବକ ସର୍ଦ୍ଦାର ରବୀ ଭୋଇ ଓ କାର୍ତ୍ତିକ ଭୋଇ ବୃକ୍ଷକୁ ନୂତନ କୁରାଢିରେ ଛେଦନ କରିଥିଲେ। ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସରୋଜ କୁମାର ଦତ୍ତ ଆଇଆଇସି ଦେବୀପ୍ରସାଦ ପାତ୍ର ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ମିଶ୍ରଙ୍କ ସହିତ ବିଶ୍ବଜିତ ମିଶ୍ର ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ମହାପାତ୍ର ପ୍ରମୁଖ ସେଠାରେ ଉପସ୍ଥିତ ରହିଥିଲେ । ଶଗଡରେ ଗଛ ଲଦାଯାଇ ଘଣ୍ଟ କାହାଳି ବାଜା ବଜାଇ ବଜାର ପରିକ୍ରମା କରି ବ୍ଲକଛକରେ ପୁରୀକୁ ଶଗଡିକୁ ମେଲାଣି ଦିଆ ଯାଇଥିଲା ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories