ଦିଲ୍ଲୀ ବିଜେପି ଅଧ୍ୟକ୍ଷ ପଦରୁ ହଟିଲେ ମନୋଜ ତିୱାରୀ
ଆଦେଶ ଗୁପ୍ତାଙ୍କୁ ଦିଲ୍ଲୀ ବିଜେପିର ଦାୟିତ୍ଵ
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ରାଜ୍ୟ ସଭାପତି ମନୋଜ ତିୱାରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ମନୋଜଙ୍କୁ ହଟାଇ ଆଦେଶ ଗୁପ୍ତାଙ୍କୁ ରାଜ୍ୟ ସଭାପତି କରାଯାଇଛି । ସୂଚନାଅନୁସାରେ ପୂର୍ବରୁ ଦିଲ୍ଲୀ ବିଜେପି ସଭାପତି ଥିବା ମନୋଜଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଥିଲା ଯେଉଁ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ଅଧ୍ୟକ୍ଷ ହୋଇଥିବା ଆଦେଶ ଗୁପ୍ତା ଉତ୍ତର ଏମସିଡିର ପୂର୍ବତନ ମେୟର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ସେ ଜଣେ କାଉନସିଲର ଅଛନ୍ତି । କୁହାଯାଉଛି ଯେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କୁ ଦିଲ୍ଲୀ ବିଜେପି ସଭାପତି ପଦରେ ନିଯୁକ୍ତ କରିଛନ୍ତି ।
Adesh Kumar Gupta replaces Manoj Tiwari as Delhi BJP President pic.twitter.com/Ek6oVGYhak
— ANI (@ANI) June 2, 2020
ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରୀତିକର ପ୍ରଦର୍ଶନ ପରେ ବିଜେପି ମନୋଜ ତିୱାରୀଙ୍କୁ ଆଉ ଅଧ୍ୟକ୍ଷ କରିବ ନାହିଁ ବୋଲି ବିଶ୍ୱାସ କରାଯାଉଥିଲା। ନିର୍ବାଚନ ପରେ ଏହି ପଦବୀ ପାଇଁ ଲବି କରିବା ତୀବ୍ର ହୋଇଥିଲା । ଏହି ପଦ ପାଇଁ ଅନେକ ନେତା ଆବେଦନ କରୁଥିଲେ।
ପାର୍ଟି ସୂତ୍ର ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଯଦିବି ମନୋଜ ତିୱାରୀଙ୍କୁ ରାଜ୍ୟ ସଭାପତି ଭାବରେ ପୁନର୍ବାର ସୁଯୋଗ ଦିଆଯାଇନାହିଁ, ତେବେ ତାଙ୍କୁ ଆଉ ଏକ ପ୍ରମୁଖ ଦାୟିତ୍ଵ ମିଳିବ । କାରଣ ସେ ଦଳର ଷ୍ଟାର ପ୍ରଚାରକ ଏବଂ ଦିଲ୍ଲୀର ପରିଚିତ ଚେହେରା ମଧ୍ୟ । ଆଗାମୀ ଏମସିଡି ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
Comments are closed.