www.samajalive.in
Saturday, December 6, 2025
26.1 C
Bhubaneswar

ପଥର ଖାଦାନରୁ ପଥର ଧସି ଯୁବକର ମୃତ୍ୟୁ

କଲମପୁର : ପଥର ଖାଦାନରେ ପଥର ସଂଗ୍ରହ ପାଇଁ ନିୟୋଜିତ ଥିବା ଜଣେ ଯୁବ ଶ୍ରମିକ ପଥର ସଂଗ୍ରହ କରୁଥିଲେ। ଏହି ସମୟରେ ମାଟି ଓ ପଥର ଅତଡା ଧସି ଆସିଥିଲା। ଉପରୁ ପଥର ଓ ମାଟି ଅତଡା ଧସି ଆସିବାରୁ ତଳେ ଥିବା ଯୁବକ ଉପରେ ପଥର ଓ ମାଟି ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକ ଜଣକ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ସମଗ୍ର ଜୟପାଟଣା ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୁଚନା ଅନୁସାରେ, ମଙ୍ଗଳବାର ସକାଳେ ଜୟପାଟଣା ବ୍ଲକ ଅଧିନସ୍ଥ ରାଣୀବାହାଲ ଗ୍ରାମର ଜନୈକ ଯୁବକ ହରି ଶବର ୨୮ ବର୍ଷ ସବୁଦିନ ଭଳି ପଥର ସଂଗ୍ରହ ପାଇଁ ମୁଖିଗୁଡା ମହୁଲପାଟଣା ରାସ୍ତା କଡରେ ଥିବା ୧ ନମ୍ବର ପଥର ଖାଦାନକୁ ଯାଇଥିଲା। ସେଠାରେ ପଥର ସବୁ କୁ ପଠାଇ ସଂଗ୍ରହ କରୁଥିଲା। ଏହି ସମୟରେ ଅନ୍ୟ ଏକ ପଥରକୁ ଟାଣି ଆଣୁଥିବା ବେଳେ ହଠତ୍‍ ତା ଉପରେ ମାଟି ଅତଡା ଓ ପଥର ଧସି ଆସି ଚାପି ଦେଇଥିଲା। ଯାହାରି ଫଳେରେ ହରି ଶବରର ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛି। ଏନେଇ ମୁଖିଗୁଡା ପୁଲିସ ଫାଣ୍ଡି ରେ ସୁଚନା ଦିଆଯିବାରୁ ତୁରନ୍ତ ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଶବକୁ ଜବତ କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବର ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
କେବଳ ଏହି ପଥର ଖାଦାନ ନୁହେଁ ଏ ଅଂଚଳରେ ବହୁ ସ୍ଥାନରେ ବେନୀୟମ ଭାବେ ପଥର ଉତୋଳନ କରାଯାଇ ବିଭିନ୍ନ କ୍ରସର କୁ ନିଆଯାଉଛି। ପଥର ଖାଦାନରେ ନିୟୋଜିତ ଶ୍ରମିକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ରହୁନଥିବାରୁ ଶ୍ରମିକ ମାନେ ନିଜ ପେଟ ପୋଷିବା ପାଇଁ ମୃତ୍ୟୁ ସହିତ ଲଢି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଏପରିକି ବନ ବିଭାଗ ଅଧିନରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମଧ୍ୟ ବେନୀୟମ ପଥର ଖାଦାନ ଚାଲିଛି। ତେଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପଟେ ମୃତ ହରି ଶବର ବାପା ମାଆଙ୍କ ଏକମାତ୍ର ରୋଜଗାରୀଆ ପୁଅ ହେଇଥିବା ବେଳେ ତାର ଦୁଇ ଗୋଟି ନା ବାଳକ ସନ୍ତାନ ରହିଛନ୍ତି। ପୁଅର ମୃତ୍ୟୁ ପରେ ଏବେ ଏହି ପରିବାର ଅସହାୟ ହେଇ ପଡିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories