www.samajalive.in
Monday, December 15, 2025
16.1 C
Bhubaneswar

ଜର୍ଜ ଫ୍ଲୋଏଡ ମୃତ୍ୟୁ ଘଟଣା: ହ୍ବାଇଟ ହାଉସ ବାହାରେ ଉତ୍ତେଜନା, ସୁରକ୍ଷା ଦୃଷ୍ଟିରୁ ବଙ୍କରକୁ ଗଲେ ରାଷ୍ଟ୍ରପତି ଟ୍ରମ୍ପ

ୱାସିଂଟନ୍: ମିନ୍ନିଆପଲିସ୍‌ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ବିପକ୍ଷରେ ପ୍ରତିବାଦ ତୀବ୍ରରୂପ ଧାରଣ କରିଛି । ଜର୍ଜ ଫ୍ଲଏଡଙ୍କୁ ପୁଲିସ ହତ୍ୟା କରିଥିବା ଦର୍ଶାଇ ବିରୋଧ ପଦର୍ଶନ ଜାରି ରହିଛି । ବର୍ତ୍ତମାନ ଏହି ବିରୋଧ ହିଂସା ପ୍ରଦର୍ଶନ  ଆମେରିକାର ହ୍ବାଇଟ ହାଉସ ପହଞ୍ଚିଛି। ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ । ଏହାପରେ ହ୍ବାଇଟ ହାଉସ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାଶିଂଟନ ଡିସିର ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ନିଆଯାଇଥିଲା । ହ୍ବାଇଟ ହାଉସର ଅଧିକାରୀ ତଥା ଆଇନ ଶୃଙ୍ଖଳା ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଷ୍ଟ୍ରପତି ଟ୍ରମ୍ପ ବଙ୍କରରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ । ପରେ ତାଙ୍କୁ ବାହାରକୁ ଅଣାଯାଇଥିଲା । ଆଇନ ଶୃଙ୍ଖଳା ଦୃଷ୍ଟରୁ ଏହା କରାଯାଇଛି ରାଷ୍ଟ୍ରପତି ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପୁଅ ବରୁଣଙ୍କୁ ମଧ୍ୟ ବଙ୍କରକୁ ନିଆଯାଇଥିଲା ବୋଲି ସୂଚନା ମିଳିଛି ।
ଆଇନ ଶୃଙ୍ଖଳା ସୂତ୍ରରୁ ପ୍ରକାଶ ଯେ ପ୍ରୋଟୋକଲ ଅନୁଯାୟୀ ଯଦି ସୁରକ୍ଷା ଅଧିକାରୀମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଙ୍କରକୁ ନେଇଯାଆନ୍ତି, ତେବେ ରାଷ୍ଟ୍ରପତିଙ୍କ ସମ ସୁରକ୍ଷା ପ୍ରାପ୍ତ ଅନ୍ୟ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସେଠାକୁ ନେବାକୁ ପଡ଼ିବ, ଅର୍ଥାତ୍ ଉଭୟ ମେଲାନିଆ ଏବଂ ବରୁଣଙ୍କୁ ନେବା ଆବଶ୍ୟକ।

- Advertisement -

ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ ଯଦି ହ୍ବାଇଟ ହାଉସରେ ଥିବା ବିପଦ ସୂଚକାଙ୍କ ଲାଲ ହୋଇଯାଏ ତେବେ ସୁରକ୍ଷା ପ୍ରାବଧାନ ଅନୁସାରେ ରାଷ୍ଟ୍ରପତିଙ୍କୁ ସେଠାରୁ ଜରୁରୀକାଳୀନ ଅପରେସନ୍ ସେଣ୍ଟର ବା ବଙ୍କରକୁ  ନିଆଯାଏ ତେବେ ମେଲାନିଆ ଟ୍ରମ୍ପ, ବରୁଣ ଟ୍ରମ୍ପ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସେଠାକୁ ନେବାକୁ ପଡ଼ିବ।

ଗତ ସପ୍ତାହରେ ମିନ୍ନିଆପଲିସ୍‌ରେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ ହୋଇଥିବା ବିରୋଧର ମୁକାବିଲା ପାଇଁ ଟ୍ରମ୍ପ ପରଦିନ ସିକ୍ରେଟ ସେବାକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତିଙ୍କୁ ବଙ୍କରକୁ ନିଆଯିବା ଖବର ପ୍ରଥମେ ନ୍ୟୁୟର୍କ ଟାଇମ୍ସ ଦ୍ୱାରା ପ୍ରକାଶିତ ହୋଇଥିଲା।

ଶନିବାର ଦିନ ହ୍ବାଇଟ ହାଉସ ବାହାରେ ପ୍ରଦର୍ଶନ ଶେଷ ହେବାର କିଛି ଘଣ୍ଟା ପରେ ଟ୍ରମ୍ପ ନିଜକୁ ନିରାପଦ ଘୋଷଣା କରିଥିଲେ। ସେ ସହରର ଡେମୋକ୍ରାଟିକ୍ ମେୟରଙ୍କୁ ଟାର୍ଗେଟ କରି ହ୍ବାଉଟ ହାଉସ ବାହାରେ ପ୍ରଦର୍ଶନ କରୁଥିବା ଲୋକ ତାଙ୍କ ସମର୍ଥକ ବୋଲି କହିଛନ୍ତି।


ଅନେକ ଟ୍ୱିଟ୍‌ରେ ଟ୍ରମ୍ପ ଶୁକ୍ରବାର ରାତିରେ ହ୍ବାଇଟ ହାଉସ ଭିତରେ ତାଙ୍କ ସୁରକ୍ଷା ସେବାରେ ନିୟୋଜିତ ଥିବା ଆମେରିକାର ସୁରକ୍ଷା ସେବାକୁ ପ୍ରଶଂସା କରି କହିଛନ୍ତି ଯେ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ହ୍ବାଇଟ ହାଉସ ବାହାରେ ଏକତ୍ରିତ ହୋଇଥିବା ବିରୋଧକାରୀଙ୍କ ପାଇଁ ସେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, କିନ୍ତୁ ସିକ୍ରେଟ ସର୍ଭିସ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories