www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟରେ ଜୁନ୍ ୧୭ରେ ଖୋଲିବନି ସ୍କୁଲ, ଜୁଲାଇ ମାସରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି

ଭୁବନେଶ୍ଵର : ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୧୭ରୁ ଖୋଲିବ ନାହିଁ ସ୍କୁଲ । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ଏହାକୁ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ଆଜି ଶେଷ ହେଉଛି । ଆସନ୍ତାକାଲି ଠାରୁ ଅନଲକ୍-୧ ଆରମ୍ଭ ହେବ । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍ -୧ ପାଇଁ  ନୂଆ ଗାଇଡ୍‌ଲାଇନ୍ସ ମଧ୍ୟ ଜାରି ହୋଇଛି।ଗାଇଡ୍‌ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି କିନ୍ତୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ପୁଣି କେବେ ସ୍କୁଲ୍‌ ଖୋଲିବ ସେନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇଛି।

- Advertisement -

ଅନ୍ୟପଟେ  ଆସନ୍ତା କାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା । ୩୬ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ +୨ ଖାତାଦେଖା । ୨ ଟି ପର୍ୟ୍ୟାୟରେ ଦୁଇଟି ସିଫ୍ଟରେ ହେବ ଖାତାଦେଖା । ପରବର୍ତ୍ତୀ ପର୍ୟ୍ୟାୟରେ ଅଫଲାଇନରେ ମୂଲ୍ୟାୟନ ହେବ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories