www.samajalive.in
Friday, December 12, 2025
17.1 C
Bhubaneswar

ପରିବହନ ଶ୍ରମିକ ସମସ୍ୟା, କ୍ଷତିପୂରଣ ଦାବି ନେଇ କାଲି କରିବେ ପ୍ରତିବାଦ

ସମାଜ ପୋର୍ଟାଲ ଡେସ୍କ: କରୋନା ଜନିତ ଲକ ଡାଉନ ଯୋଗୁ ରାଜ୍ୟରେ ପରିବହନ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ନେଇ ଅଲ୍‍ ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ପକ୍ଷରୁ ରାଜ୍ୟର ସମସ୍ତ ମୋଟର ଚାଳକ, ହେଲପର ଓ କଣ୍ଡକ୍ଟରମାନେ ଆସନ୍ତା କାଲି ଅର୍ଥାତ ଜୁନ୍‍ ୧ ତାରିଖ ଦିନ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପ୍ରରିବହନ କମିଶନରଙ୍କୁ ଦାବୀପତ୍ର ପ୍ରଦାନ କରିବେ ଓ ପ୍ରତିବାଦ ଜଣାଇବେ।

ଫେଡେରେସନ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ଜନିତ ଲକ୍‍ଡାଉନ୍‍ ଘୋଷଣା ପରେ ରାଜ୍ୟର ବସ୍‍, ଟ୍ରକ୍‍, ଡମ୍ଫର, ଟ୍ୟାଙ୍କର, ଟ୍ୟାକ୍ସି ଓ ଅଟୋରିକ୍ସା ଚାଳକମାନଙ୍କ ଅବସ୍ଥା ଦୟନୀୟ ହୋଇଛି। ରୋଜଗାର ଅଭାବରୁ ପରିବହନ ଶ୍ରମିକମାନଙ୍କ ପରିବାର ପୋଷଣ ମଧ୍ୟ ସମ୍ଭବ ହୋଇନାହିଁ। ତେଣୁ ପ୍ରତ୍ୟେକ ପରିବହନ ଶ୍ରମିକଙ୍କୁ କ୍ଷତିପୂରଣ ବାବଦରେ ମାସକୁ ୭୫୦୦ ଟଙ୍କା, ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା ମାସକୁ ୧୦ କିଲୋ ଚାଉଳ, ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଓ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ମୃତ ଶ୍ରମିକ ପରିବାରକୁ ଦୁଇକୋଟି ଟଙ୍କା କ୍ଷତିପୂରଣ ଦେବାକୁ ଫେଡେରେସନ ପକ୍ଷରୁ ଦାବୀ କରାଯାଇଛି।

- Advertisement -

ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ସୁଚାରୁରୂପେ ଚଳାଇବାକୁ ହେଲେ ପରିବହନ ଶ୍ରମିକମାନଙ୍କ ନଗଦ ସମସ୍ୟା ଦୂର କରିବାକୁ ସରକାର ପଦକ୍ଷେପ ନେବାକୁ ଫେଡେରେସନର ସଭାପତି ଜନାର୍ଦ୍ଦନ ପତି ରାଜ୍ୟ ସରକାରଙ୍କୁ ନିବେଦନ ଜଣାଇଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories