www.samajalive.in
Friday, December 12, 2025
19.1 C
Bhubaneswar

ଜି୭ ରାଷ୍ଟ୍ର ଗୋଷ୍ଠିରେ ଭାରତ ସମେତ ୪ଟି ରାଷ୍ଟ୍ରକୁ ସାମିଲ ପାଇଁ ଟ୍ରମ୍ପଙ୍କ ଆହ୍ୱାନ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି୭ ରାଷ୍ଟ୍ର ଗୋଷ୍ଠିରେ ଭାରତ ସମେତ ୪ଟି ରାଷ୍ଟ୍ରକୁ ସାମିଲ ପାଇଁ ଆହ୍ୱାନ ଦେଇଛନ୍ତି। ସେହି ରାଷ୍ଟ୍ରଗୁଡିକ ହେଉଛି ଭାରତ, ରୁଷ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆ। ଟ୍ରମ୍ପ କହିଛନ୍ତି ଯେ ସେ ଜି୭ ରାଷ୍ଟ୍ରର ବୈଠକ ସ୍ଥଗିତ ରଖିବେ ଏବଂ ଏହି ରାଷ୍ଟ୍ର ଗୋଷ୍ଠିରେ ସଦସ୍ୟତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ପରବର୍ତ୍ତୀ ବୈଠକ ପାଇଁ ସେ ଏପର୍ଯ୍ୟନ୍ତ ଏକ ନୂତନ ତାରିଖ ସ୍ଥିର କରିନାହାଁନ୍ତି, କିନ୍ତୁ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ବାର୍ଷିକ ବୈଠକ ସମୟରେ ଏହା ହୋଇପାରେ ବୋଲି ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଶ୍ୱର ପ୍ରମୁଖ ଅର୍ଥନୀତିକୁ ପ୍ରତିନିଧିତ୍ବ କରୁଥିବା ଦେଶଗୁଡିକର ନେତାମାନେ ଜୁନ୍ ମାସରେ ଆମେରିକାରେ ବୈଠକ କରିବାକୁ ଯୋଜନା କରିଥିଲେ। ଟ୍ରମ୍ପ କହିଛନ୍ତି ଯେ ସେ ଜି୭ ଗୋଷ୍ଠୀକୁ ଏକ ପୁରୁଣା ଗୋଷ୍ଠୀ ବୋଲି ବିବେଚନା କରନ୍ତି ଯାହା ବିଶ୍ୱରେ ଘଟୁଥିବା ସମସ୍ୟା ଗୁଡିକର ସଠିକ ଭାବରେ ପ୍ରତିନିଧିତ୍ୱ କରେ ନାହିଁ। ଏବେ ସେହି ଗୋଷ୍ଠିରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ବ୍ରିଟେନ ସଦସ୍ୟ ରାଷ୍ଟ୍ର ଥିବା ବେଳେ ଟ୍ରମ୍ପ ଭାରତ, ରୁଷ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆକୁ ସଦସ୍ୟ ଭାବେ ସାମିଲ କରିବା ନେଇ ସମ୍ଭାବନା ବ୍ୟକ୍ତ କରିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories